ଇରାନ ଡ୍ରୋନ୍‌କୁ ମାରି ଖସାଇଲା ଆମେରିକା ଲଢ଼ୁଆ ବିମାନ

ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିବାରେ ଲାଗିଛି। ଆରବ ସାଗରରେ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି। ଆରବ ସାଗରରେ ମୁତୟନ ତା’ର ଯୁଦ୍ଧ ଜାହାଜ ଆଡ଼କୁ ଆକ୍ରାମକ ଭାବେ ମାଡ଼ି ଆସୁଥିବା ଇରାନର ଏକ ଡ୍ରୋନ୍‌କୁ ଏହାର ଫାଇଟର ଜେଟ୍‌ ଗୁଳି କରି ଖସାଇ ଦେଇଥିବା ଆମେରିକା ଦାବି କରିଛି। ଆରବ ସାଗରରେ ମୁତୟନ ଏହାର ବିମାନ ବାହକ ୟୁଏସ୍‌ଏସ୍‌ ଆବ୍ରାହମ୍‌ ଲିଙ୍କନ ଆଡ଼କୁ ମାଡ଼ି ଆସିୁଥିବା ଇରାନ ଡ୍ରୋନ୍‌କୁ ଏହାର ଲଢ଼ୁଆ ବିମାନ ଗୁଳି କରି ଖସାଇ ଦେଇଥିବା ଆମେରିକା ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି।

 

ହ୍ୱାଇଟ୍ ହାଉସ୍ ମୁଖପାତ୍ର କାରୋଲିନ୍ ଲିଭିଟ୍ ଫକ୍ସ ନ୍ୟୁଜ୍‌କୁ କହିଛନ୍ତି ଯେ, ଏହି ଘଟଣା ସତ୍ତ୍ୱେ ଆମେରିକାର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ୍ ଚଳିତ ସପ୍ତାହର ଶେଷ ଭାଗରେ ଇରାନ ସହ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଆମେରିକା ସେନା ସୂଚନା ଅନୁଯାୟୀ, ଇରାନର ଶାହିଦ-୧୩୯ ଡ୍ରୋନ୍‌ ଆନ୍ତର୍ଜାତିକ ଜଳରାଶିରେ ମୁତୟନ ଆମେରିକା ଯୁଦ୍ଧଜାହାଜ ଆଡ଼କୁ ଆକ୍ରାମକ ଭାବେ ମାଡ଼ି ଆସୁଥିଲା। ଆମେରିକା ସେନା ଦ୍ବାରା ଚେତାବନୀ ଦିଆଯିବା ସତ୍ତ୍ବେ ଏହାକୁ ପଛକୁ ହଟି ନଥିଲା। ଏହାପରେ ଯୁଦ୍ଧଜାହାଜରେ ନିୟୋଜିତ ଏକ ଏଫ୍- ୩୫ସି ଲଢ଼ୁଆ ବିମାନ ଦ୍ୱାରା ଡ୍ରୋନ୍‌କୁ ମଝି ଆକାଶରେ ଗୁଳି କରି ଖସାଇ ଦିଆଯାଇଥିଲା। ରିପୋର୍ଟ ଅନୁସାରେ, ଘଟଣା ସମୟରେ ଆମେରିକାର ଯୁଦ୍ଧଜାହାଜଟି ଇରାନର ଦକ୍ଷିଣ ଉପକୂଳରୁ ପ୍ରାୟ ୮୦୦ କିଲୋମିଟର ଦୂରରେ ଥିଲା।

Post Views6 Total Count

Apply Now


This will close in 0 seconds

error: Content is protected !!