ଶକ୍ତିକାନ୍ତ ଦାସ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ପ୍ରମୁଖ ସଚିବ

ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ-୨ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ଦାସଙ୍କ ନିଯୁକ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅବଶିଷ୍ଟ କାର୍ଯ୍ୟକାଳ ଅଥବା ପରବର୍ତ୍ତୀ ନି‌ର୍ଦ୍ଦେଶନାମା ପର୍ଯ୍ୟନ୍ତ ରହିବ। ଶନିବାର କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି।

ସେପ୍ଟେମ୍ବର ୨୦୧୯ରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି ଅନ୍ୟତମ ବରିଷ୍ଠ ଓଡ଼ିଆ ଆଇଏଏସ୍‌ ଡ. ପିକେ ମିଶ୍ର। ଶକ୍ତିକାନ୍ତଙ୍କ ନିଯୁକ୍ତି ପରେ ବର୍ତ୍ତମାନ ପିଏମ୍‌ଓରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୁଇ ପ୍ରମୁଖ ସଚିବ ଭାବେ ଦୁଇ ଓଡ଼ିଆ ଅଧିକାରୀ ଗୁରୁ ଦାୟିତ୍ବ ତୁଲାଇବେ। ଶକ୍ତିକାନ୍ତ ୨୦୧୮ ଡିସେମ୍ବର ୧୨ରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରେ ଅବସ୍ଥାପିତ ହୋଇଥିଲେ। ୨ଟି ଅବଧିରେ ସେ ୬ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଛନ୍ତି। ଗତ ଡିସେମ୍ବରରେ ଆର୍‌ବିଆଇ ଗଭର୍ଣ୍ଣର ଭାବେ ସେ ଅବସର ଗ୍ରହଣ କରିଥିଲେ।

Post Views6 Total Count

Apply Now


This will close in 0 seconds

error: Content is protected !!