ବିମାନ ପରେ ହେଲିକାପ୍ଟର କ୍ରାସ

ମଝି ଅକାଶରେ କ୍ରାସ୍ ହେଲା ହେଲିକପ୍ଟର । ଦୁର୍ଘଟଣାରେ ୭ ଯାତ୍ରୀଙ୍କ ମୃତ୍ୟୁ । କୁହାଯାଉଛି ଯେ ହେଲିକପ୍ଟରରେ ପାଇଲଟଙ୍କ ସମେତ ମୋଟ ୭ ଜଣ ଯାତ୍ରୀ ଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ଆର୍ୟନ କମ୍ପାନୀର ହେଲିକପ୍ଟର କ୍ରାସ୍ ହୋଇଛି । ଏହି ଦୁର୍ଘଟଣା ଗୌରୀକୁଣ୍ଡ ଏବଂ ତ୍ରିଜୁଗୀନାରାୟଣ ନାରାୟଣ ମଧ୍ୟରେ ଘଟିଛି । ତେବେ ପାଗ ଖରାପଥିବାରୁ ଏମିତି ଅଘଟଣ ଘଟିଥିବା କୁହାଯାଉଛି ।

ଦେହେରାଦୁନରୁ କେଦାରନାଥ ଅଭିମୁଖେ ଯାଉଥିବା ହେଲିକପ୍ଟରଟି ଗୌରୀକୁଣ୍ଡ ନିକଟବର୍ତ୍ତୀ ଅଞ୍ଚଳରେ କ୍ରାସ୍ ହୋଇଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

Post Views11 Total Count

Apply Now


This will close in 0 seconds

error: Content is protected !!