ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆଜି ହାଇଭୋଲଟେଜ୍ ଲଢ଼େଇ । ସୁପର ସଣ୍ଡେରେ ସୁପର ଫାଇଟ୍ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଦୁବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉପରେ କେବଳ ଭାରତ ନୁହେଁ ସାରା ବିଶ୍ବର କ୍ରିକେଟପ୍ରେମୀଙ୍କ ନଜର ରହିଛି । ଅପରାହ୍ଣ ସାଢେ ୨ଟାରେ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଜିତି ସେମି ଫାଇନାଲକୁ ଏଣ୍ଟ୍ରି ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଏଥିସହ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର କଡ଼ାଗଣ୍ଡା ବଦଲା ନେବ ।
ଅନ୍ୟପଟେ ପାକିସ୍ତାନ ପାଇଁ କର ବା ମର ମ୍ୟାଚ୍ । ହାରିଲେ ଟୁର୍ଣ୍ଣାମେଣ୍ଟରୁ ଆଉଟ୍ ହେବ । ଏଥିପାଇଁ ଉଭୟ ଦଳ ସ୍ବତନ୍ତ୍ର ରଣନୀତି କରିଛନ୍ତି । ବାଂଲାଦେଶକୁ ପ୍ରଥମ ମ୍ୟାଚରେ ହରାଇଛି ଟିମ୍ ଇଣ୍ଡିଆ । ଜବରଦସ୍ତ ଫର୍ମରେ ରହିଛି ଟିମ୍ ଇଣ୍ଡିଆ । ଫର୍ମରେ ଅଛନ୍ତି ଦୁଇ ଓପନର ରୋହିତ, ଶୁବମନ । ଏମାନେ ଠିଆ ହେଲେ ବଡ଼ ସ୍କୋର ହେବା ନିଶ୍ଚିତ ।

