ହମାସ୍ ଆକ୍ରମଣ ପ୍ରତି ସମର୍ଥନ ଜଣାଇ ଅଭିନେତ୍ରୀ ଗିରଫ

ସାମାଜିକ ଗଣମାଧ୍ୟମରେ ଇସ୍ରାଏଲ୍ରେ ହମାସ୍ର ଆକ୍ରମଣକୁ ସମର୍ଥନ କରୁଥିବା ଆରବ-ଇସ୍ରାଏଲୀୟ ଅଭିନେତ୍ରୀ ମୈସା ଅବ୍ଦେଲ୍ ହାଦୀଙ୍କୁ ଗିରଫ କରାଯାଇଛ। ୩୭ ବର୍ଷିୟ ଅଭିନେତ୍ରୀ ମୈସା ଅବ୍ଦେଲ୍ ହାଦୀ ଅନେକ ‘ସିରିଜ୍’, ‘ଚଳଚ୍ଚିତ୍ର’ ଓ ନାଟକରେ ଅଭିନୟ କରିଛନ୍ତି।
ପ୍ରଳୟଙ୍କରୀ ଯୁଦ୍ଧ ବିଷୟରେ ଆଲୋଚନା କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରୁଥିବା ବର୍ଦ୍ଧିଷ୍ଣୁ ଆରବ-ଇସ୍ରାଏଲୀୟଙ୍କ ମଧ୍ୟରେ ହାଦୀ ହେଉଛନ୍ତି ଜଣେ।

ଅକ୍ଟୋବର ୭ ତାରିଖ ଦିନ ହମାସ ଆକ୍ରମଣ ସମୟରେ ଗୋଟାଏ ‘ବୁଲ୍ଡୋଜର୍’ ଗାଜା ଷ୍ଟ୍ରିପ୍ ଓ ଇସ୍ରାଏଲ୍ ମଧ୍ୟରେ ଥିବା ଏକ ବାଡ଼ ଅତିକ୍ରମ କରୁଥିବା ସମୟର ଫଟୋ ହାଦୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିଥିଲେ। ଇସ୍ରାଏଲ୍ କହୁଛି ସେଦିନର ଆକ୍ରମଣରେ ୧୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।

ଉକ୍ତ ଫଟୋ ପୋଷ୍ଟ୍ କରି ହାଦୀ ଲେଖିଥିଲେ ‘ଚାଲନ୍ତୁ ବର୍ଲିନ୍ ଭଳି କରିବା’। ଅର୍ଥାତ୍ ୧୯୮୯ ପର୍ଯ୍ୟନ୍ତ ଜର୍ମାନିକୁ ଦୁଇ ଭାଗ କରି ରଖିଥିବା ବର୍ଲିନ୍ ପ୍ରାଚୀର ପତନ ଦୃଷ୍ଟାନ୍ତ ଦେଇ ସେ ଏକଥା ଲେଖିଥିଲେ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!