ଭାରତୀୟ ବାୟୁସେନାର ଏୟାର ମାର୍ଶଲ ଡ.ସାଧନା ସକ୍ସେନା ଏବଂ ତାଙ୍କ ସ୍ୱାମୀ କେପି ନାୟର ଯିଏ ଏକତ୍ର ଦେଶ ପାଇଁ କାମ କରିବାକୁ ବାଛିଥିଲେ । ।ଉଭୟ ୩ଷ୍ଟାର ଜେନରାଲ ଅଟନ୍ତି । ତେବେ ସାଧନା ସକ୍ସେନା ନାୟାରଙ୍କୁ ଭାରତୀୟ ବାୟୁସେନାର ଏୟାର ମାର୍ଶଲ ପାହ୍ୟାକୁ ପଦୋନ୍ନତି କରଯାଇଛି । ତେବେ ପଦେନ୍ନାତି ପରେ ସେ ବର୍ତ୍ତମାନ ଭାରତୀୟ ବାୟୁସେନାର ହସ୍ପିଟାଲ ସର୍ଭିସେସର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ । ସେ ପ୍ରଥମ ମହିଳା ଅଧିକାରୀ ଭାବେ ଏହି ସମ୍ମାନ ଜନକ ପଦବୀ ପାଇଛନ୍ତି ।
ତାଙ୍କ ସ୍ୱାମୀ କେ ପି ନାୟାର ମଧ୍ୟ ଜଣେ ଭାରତୀୟ ସେନାର ଲଢୁଆ ପାଇଲଟ ଥିଲେ । ସେ ୨୦୧୫ରେ ଭାରତୀୟ ବାୟୁସେନାର ନିରୀକ୍ଷଣ ଏବଂ ବିମାନ ସୁରକ୍ଷା ମହାନିର୍ଦ୍ଦେଶକ ପଦରୁ ଅବସର ନେଇସାରିଛନ୍ତି ।
ରିପୋର୍ଟ ମୁତାବକ ଏହି ଦମ୍ପତିଙ୍କ ପୂର୍ବରୁ ୨୦୨୦ରେ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଜେନେରାଲ ମାଧୁରୀ କାନୀତକର ଏବଂ ତାଙ୍କ ସ୍ୱାମୀ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ କାନୀତକର ୩ଷ୍ଟାର ଦମ୍ପତି ରହି ସାରିଛନ୍ତି ।
ଏୟାର ମାର୍ଶଲ ସାଧନା ନାୟାରଙ୍କ ପରିବାରର ୩ ପିଡି ଗତ ୭୦ ବର୍ଷ ଧରି ବାୟୁସେନାରେ ସେବା କରିବାର ଗୌରବ ଅର୍ଜନ କରିଛନ୍ତି ।

