କ୍ରିକେଟ୍ ଇତିହାସରେ ପରାଜୟ ପରେ ପାକ୍ ଅଧିନାୟକ ବାବର ଆଜାମଙ୍କ କ୍ୟାପଟେନ୍ସିକୁ ନେଇ ପାକ୍ କିମ୍ବନ୍ଦନ୍ତୀ କ୍ରିକେଟର ମାନେ ପ୍ରଶ୍ନ ଉଠାଇଛନ୍ତି । କେବଳ ବାବର ଆଜାମ ନୁହନ୍ତି ପିସିବି ଅଧ୍ୟକ୍ଷ, ଚୟନକର୍ତ୍ତା, ପ୍ରଶିକ୍ଷକଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ପାକ୍ ପୂର୍ବ କ୍ରିକେଟର ୱାସିମ ଆକ୍ରମ ଓ ଶୋଏବ୍ ଅଖତର ।
ଶୋଏବ ଅଖତର ମଧ୍ୟ ସବୁଥର ଭଳି ଏଥର ମଧ୍ୟ ନିଶାନା କରିଛନ୍ତି । ବାବର ଜଣେ ଭଲ ଖେଳାଳି କିନ୍ତୁ ତାଙ୍କ କ୍ୟାପଟେନ୍ସି ପୂରା ନିମ୍ନସ୍ତରର । ଚଳିତ ବିଶ୍ୱକପରେ ଲଗାତାର ପରାଜୟ ପାଇଁ କେବଳ ବାବରଙ୍କ ପ୍ରତିନିଧିତ୍ୱ ହିଁ ଦାୟୀ । ଯେଉଁ କାରଣରୁ ପାକିସ୍ତାନ ଟିମ୍ ପରାଜୟ ପରେ ପରାଜୟ ଦେଖୁଛି ।
ପାକ୍ ପୂର୍ବତନ ସ୍ୱିଙ୍ଗ୍ କିଙ୍ଗ୍ ୱାସିମ ଆକ୍ରମ କହିଛନ୍ତି ଯେ, ଗତ ୨ ବର୍ଷ ହେଲା ପାକ୍ ଖେଳାଳିଙ୍କ ଫିଟନେସ୍ ଟେଷ୍ଟ ପାଇଁ ବାର୍ ବାର୍ କହିଥିଲୁ ।
ଫିଟନେସ୍ ଠିକ୍ ରହିଲେ ପଡ଼ିଆରେ ଭଲ ମ୍ୟାଚ୍ ଖେଳିହୁଏ କିନ୍ତୁ ଆମ ଖେଳାଳିଙ୍କୁ ଦେଖିଲେ ଲାଗୁଛି ୮ କିଲୋ ଲେଖାଏଁ ମାଂସ ଖାଇ ଫିଟନେସକୁ ପୂରା ଖରାପ କରିଦେଇଛନ୍ତି । ଏମିତି ପ୍ରଦର୍ଶନ ପାଇଁ ଆମ ଖେଳାଳିଙ୍କୁ ଦରମା ଦିଆଯାଉଛି କି? ଏମିତି ଫିଲ୍ଡିଂ କରି ନିଜ ଦେଶକୁ କିଏ ପ୍ରତିନିଧିତ୍ୱ କରିବ?

