ମହିମା ଧ୍ୱନି ରେ ପ୍ରକମ୍ପିତ ହେଲା ତପୋବନ

ଢେଙ୍କାନାଳ କପିଳାସ ରାସ୍ତାର କାଦୁଆ ନିକଟ ମହିମାଧର୍ମର ଆଦିପୀଠ ତପୋବନଠାରେ ସୋମବାର କାର୍ତିକ ଶୁକ୍ଳ ଦଶମୀ ତିଥିରେ ବାର୍ଷିକ ତପୋବନ ମେଳା ଅନୁଷ୍ଠିତ ହୋଇଯାଇଛି | ଢେଙ୍କାନାଳ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମହିମା ସାଧୁ ସନ୍ନ୍ୟାସୀ ଓ ଶ୍ରଦ୍ଧାଲୁଙ୍କ ସମାଗମରେ ସମଗ୍ର ପୀଠ ଉତ୍ସବ ମୁଖର ହୋଇ ଉଠିଥିଲା ସବୁଜ ବନାନୀ ବଳୟ ଶାନ୍ତ ପରିବେଶରେ ସାଧୁ ସନ୍ଥ ମାନେ ବିଶ୍ବର ମଙ୍ଗଳ ପାଇଁ ଅଖଣ୍ତ ଝୀଡ଼ବତି ଓ ବ୍ରହ୍ମଧୁନିରେ ଘୃତାହୁତି କରି ସମୂହ ପ୍ରାର୍ଥନା କରିଥ‌ଲେ। ପୀଠ ପରିସର‌ରେ ଅବସ୍ଥିତ ଚକାପଥର ଉପରେ ବତି, ମନ୍ଦିର ପ୍ରାଙ୍ଗଣରେ ଅଖଣ୍ତ ବ୍ରହ୍ମଧୁନି ସ୍ଥାପନ କରାଯାଇଥଲା। ସାଧୁସନ୍ଥମାନେ ବେଢ଼ା ପରିକ୍ରମା, ଭଜନ, ଗାନ କରିଥଲେ ।

ପୀଠ ପରିସରରେ ବ୍ରାହ୍ମ ମୁହୂର୍ତରୁ ଅଖଣ୍ଡ ଭଜନ ଆରମ୍ଭ ହୋଇଥିଲା। ରାଜ୍ୟରବିଭିନ୍ନ ପ୍ରାନ୍ତରୁ ୨୦ରୁ ଉର୍ଦ୍ଧ୍ବ ଭଜନ ଗୋଷ୍ଠୀ ଙ୍କ ସମେତ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ସାଧୁସନ୍ଥ ସମାଗମ ହୋଇଥିଲେ।ଅପରାହ୍ନ ୨ଟା ରେ ଆୟୋଜିତ ଧର୍ମ ସଭାରେ ତପୋବନ ପତ୍ରିକା ଉନ୍ମୋଚନ ହୋଇଥିଲା। କାର୍ଯ୍ୟକ୍ରମର ମହାନିତ୍ୟ ସାଧୁଭଚ୍ଚ ମଣ୍ତଳୀର ସଭାପତି ବାବା ରଘୁନାଥ ଦାସ, ଦେବେନ୍ଦ୍ର ବାବା ବିନୋଦ ବାବା,ଜ୍ଞାନ ବାବା ,ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଅ।ରକ୍ଷୀ ଅଧିକ୍ଷୀକ ଅଭିନଵ ସୋନକର, ବିଶିଷ୍ଟ ଶିକ୍ଷାବିତ୍ ପ୍ରଦ୍ୟୁମ୍ନ ରଥ,ଓ ତପୋବନ ପତ୍ରିକା ର ସମ୍ପାଦକ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏତଦବ୍ୟତୀତ ଗୁରୁ ଶିଷ୍ୟ ମିଳନ ଦିବସ ପାଳନ ଅବସରରେ ଛୋଟ ପିଲାମାନଙ୍କ ମୁଣ୍ଡନ କରାଯାଇଥିଲା।ସାଧୁ ଏବଂ ଶ୍ରଦ୍ଧାଳୁ ଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଥିଲା।ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ମୃତୟନ ହୋଇଥିଲେ ।

Post Views29 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!