ଝୁଲି ପଡିଲେ ମହିଳା IIC । କଟକ ଚାଉଳିଆଗଞ୍ଜ ଥାନା ଆଇଆଇସିସି ବ୍ୟୁଟି ମହାନ୍ତି ଆତ୍ମହତ୍ୟା କରିଥିବା ଖବର ଆସୁଛି । ନିଜ କ୍ବାର୍ଟର୍ସରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ପାରିବାରିକ କଳହରୁ ଜୀବନ ହାରିଥିବା ସନ୍ଦେହ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ, ସକାଳୁ ଆଇଆଇସି ବ୍ୟୁଟି ମହାନ୍ତି ବେଡ୍ଙ୍କ ରୁମ୍ କବାଟ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଧରି ଡାକିବା ପରେ ନଶୁଣିବାରୁ ବାଧ୍ୟ ହୋଇ କବାଟ ଭଙ୍ଗାଯାଇଥିଲା ।
ଝୁଲନ୍ତା ଅବସ୍ଥାରେ ଆଇଆଇସି ବ୍ୟୁଟି ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ ଏସସିବିି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି ।

