କଂଟେନେରାଇଜଡ୍ କାର୍ଗୋ ରପ୍ତାନିକାରୀ ଭାବରେ କୋଡିଏ ଫୁଟ ସମାନ୍ତରାଳ ୟୁନିଟ୍ (ଟିଇୟୁଏସ୍)ରେଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଶ୍ୟାମା ପ୍ରସାଦ ମୁଖାର୍ଜି ବନ୍ଦର (ପୂର୍ବ କୋଲକାତା ବନ୍ଦର ଟ୍ରଷ୍ଟ) ଦ୍ୱାରା ହଳଡିଆ ଡକ୍ କମ୍ପେ୍ଲକ୍ସ ମାଧ୍ୟମରେ ମାନ୍ୟତା ପାଇଛି ।
୨୦୨୨-୨୩ ବର୍ଷ ପାଇଁ ନିକଟରେ କୋଲକାତାରେ ଅନୁଷ୍ଠିତ ଏକ ବାଣିଜ୍ୟ ସମାରୋହରେ ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟର ମାନ୍ୟବର ମନ୍ତ୍ରୀ ଶ୍ରୀ ସାନ୍ତନୁ ଠାକୁରଙ୍କ ଦ୍ୱାରା ଏହି ସଫଳତା ପାଇଁ କମ୍ପାନୀକୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଲଜିଷ୍ଟିକ୍ସ, କାର୍ଗୋ ହ୍ୟାଣ୍ଡଲିଂ, ମଲ୍ଟି-ମୋଡାଲ୍ ଦକ୍ଷତା ଏବଂ ବନ୍ଦର ସହିତ ବ୍ୟାପକ ସଂଯୋଗ, ବେଦାନ୍ତ ଆଲୁମିନିୟମ୍, ଝାରସୁଗୁଡାରେ ଅତୁଳନୀୟ ଦକ୍ଷତା ପ୍ରଦର୍ଶନ କରି ଆର୍ଥିକ ବର୍ଷ୨୩ରେ ବିଶ୍ୱର ୩୦ ରୁ ଅଧିକ ଦେଶ ଏବଂ ୫୦ ଟି ବନ୍ଦରକୁ ୧.୪ ଲକ୍ଷ ଟନରୁ ଅଧିକ କଂଟେନେରାଇଜଡ୍ କାର୍ଗୋଜ୍ ୬୧୦୦ ଟିଇୟୁଏସକୁ ସଫଳତାର ସହ ପଠାଇବା ପାଇଁ ପୁରସ୍କାର ଗ୍ରହଣ କରାଯାଇଥିଲା । ଏହି ସଫଳତା କମ୍ପାନୀର ଦୃଷ୍ଟିକୋଣରେ ‘ମେକ୍ ଇନ୍ ଇଣ୍ଡିଆ ଫର୍ ୱାର୍ଲ୍ଡ’ ପାଇଁ ବିଶ୍ୱସ୍ତରରେ ଭାରତର ଉତ୍ପାଦନ କ୍ଷମତାର ପତାକା ଉତୋଳନକାରୀ ଭାବରେ ଏହାର ଉଦାହରଣ ଦେଇଛି ।
ଏହି କୀର୍ତିମାନ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ଭାରତର ରପ୍ତାନି କ୍ଷମତାକୁ ବଢାଇବା ଏବଂ ମୂଲ୍ୟବାନ ବିଶ୍ୱସ୍ତରୀୟ ସହଭାଗିତାକୁ ବୃଦ୍ଧି କରିବା ପାଇଁ ନିଜର କାର୍ଯ୍ୟ ପ୍ରଦର୍ଶନ କରିଛି । କଂପାନିର ପ୍ରୟାସ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଲଜିଷ୍ଟିକ୍ସ ଏବଂ କନେକ୍ଟିଭିଟି ଭତିଭୂମିକୁ ମଜବୁତ କରିବା ପାଇଁ ପ୍ରଧାନ ମନ୍ତ୍ରୀ ଗତି ଶକ୍ତି ଭଳି ଜାତୀୟ ପଦକ୍ଷେପ ସହିତ ସମାନ ଅଟେ । ଏହି ପୁରସ୍କାର ବେଦାନ୍ତ ଲିମିଟେଡ୍, ଝାରସୁଗୁଡା ଏବଂ ପୂର୍ବ ଭାରତରେ ଶିଳ୍ପ ଅଭିବୃଦ୍ଧି ତଥା ବିକାଶରେ ଶ୍ୟାମା ପ୍ରସାଦ ମୁଖାର୍ଜି ବନ୍ଦର ମଧ୍ୟରେ ମିଳିତ ପ୍ରୟାସକୁ ସ୍ୱୀକୃତି ପ୍ରଦାନ କରେ ।
“ବେଦାନ୍ତ ଆଲୁମିନିୟମ ଆମ ଦେଶର ଉତ୍ପାଦନ ଶକ୍ତିର ରାଷ୍ଟ୍ର ନିର୍ମାଣକାରୀ ତଥା ପତାକା ଉତୋଳନକାରୀ ଭାବରେ ଏହାର ଭୂମିକାକୁ ସ୍ୱୀକୃତି ଦେଇଛି । ଏହି ପୁରସ୍କାର ସର୍ବୋଚ୍ଚ ଗୁଣବତା, ନବସୃଜନ ଏବଂ ବିଶ୍ୱସ୍ତରିୟ ଗ୍ରାହକ ସନ୍ତୋଷର ପ୍ରତିନିଧିତ୍ୱ କରିବାକୁ ଆମର ଅଦମ୍ୟ ପ୍ରତିବଦ୍ଧତାର ଏକ ଅତିରିକ୍ତ ବୃଦ୍ଧି ଭାବରେ ଆସିଥାଏ । ଉତ୍କର୍ଷତା ପାଇଁ ଆମର ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ, ଆମେ ଆମର ରପ୍ତାନି କ୍ଷମତାକୁ ବିସ୍ତାର କରି ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିରେ ସହଯୋଗ କରିବାକୁ ଧ୍ୟାନ ଦେଉଛୁ ।
ଆଗାମୀ ବର୍ଷରେ ଆମେ ନୂତନ ମାନଦଣ୍ଡ ସ୍ଥିର କରିବାକୁ ଅପେକ୍ଷା କରିଛୁ । ” ଏହି ସମ୍ମାନଜନକ ପୁରସ୍କାରକୁ ନେଇ ନିଜର ଖୁସି ବ୍ୟକ୍ତ କରି ବେଦାନ୍ତ ଲିମିଟେଡ, ଝାରସୁଗୁଡାର ସିଇଓ ଶ୍ରୀ ସୁନୀଲ ଗୁପ୍ତା କହିଛନ୍ତି

