ଗାଁଠୁ ସହର ସବୁଠି ରାଜନୀତିର ଚର୍ଚ୍ଚା। ନିଜ ନିଜ କ୍ଷେତ୍ରରେ ସକ୍ରିୟ ନେତା । କିଏ ବାଇକ ରାଲି କରୁଛି ତ ଆଉ କିଏ ପଦଯାତ୍ରା । ଭୋଟରଙ୍କ ପାଖକୁ ଯାଇ ନିଜ ସପକ୍ଷରେ କରୁଛନ୍ତି ଭୋଟ ଭିକ୍ଷା ।ବଡମ୍ବାରେ କାହାର ହେବ ଜିତ୍ ଏଥର ଦେଖବାକୁ ମିଳିବ କଡା ଟକ୍କର ।ବଡମ୍ବା ନିର୍ବାଚନ ମଣ୍ଡଳୀରେ ସରଗରମ ରାଜନୀତି ପାଣିପାଗ । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ବରିଷ୍ଠ ବିଜେଡି ନେତା ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର । ଶହଶହ ବିଜେଡି କର୍ମୀ ଓ ସମର୍ଥକଙ୍କ ଗହଣରେ ପ୍ରଚାରକୁ ଜୋରଦାର କରିଛନ୍ତି ଦେବୀ । ଛଅ ଛଅ ଥର ବିଧାୟକ ହୋଇଥିବା ଦେବୀଙ୍କ ପାଇଁ ଏଥର କ’ଣ ରହିବ ଚାଲେଞ୍ଜ?
ବଡମ୍ବା ନିର୍ବାଚନ ମଣ୍ଡଳୀକୁ ନେଇ ସବୁଆଡେ ଚର୍ଚ୍ଚା । ୭ମ ଥର ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଦେବୀ ପ୍ରସାଦ ମିଶ୍ର ଓ ତାଙ୍କ ବିପକ୍ଷରେ ଲଢୁଛନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ତ୍ରିପାଠୀ । ଶୀ ମିଶ୍ର ୧୯୯୫ରୁ ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ବଡମ୍ବା ନିର୍ବାଚନ ମଣ୍ଡଳୀରୁ ଲଗାତାର ୬ଥର ପ୍ରତିଦ୍ୱନ୍ଦିତା କରି ବିଜୟୀ ହେବା ସହ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ଅଳଂକୃତ କରିଥିଲେ।
ଦେବୀ ପ୍ରସାଦ ମିଶ୍ର ଜଣେ ଓଡିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିର ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଦେବୀ ପ୍ରସାଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବଡ଼ମ୍ବା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ, ୧୩ଶ, ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[ଦେବୀ ପ୍ରସାଦ ମିଶ୍ର ୧୯୫୯ ମସିହାର ଜାନୁଆରୀ ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁନାଥ ମିଶ୍ର ଏବଂ ପତ୍ନୀଙ୍କ ନାମ ଅନସୂୟା ମିଶ୍ର ।ଦେବୀ ପ୍ରସାଦଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।
ଏହି ଧାରାକୁ ପୂର୍ଣ୍ଣ ବିକଶିତ କରିବା ପାଇଁ ସମୟ ଆସିଛି । ଯାହାକୁ ଆଗାମୀ ଦିନର ନିଶ୍ଚୟ ପୂର୍ଣ୍ଣ କରାଯିବ । ଆଗମୀ 50 ବର୍ଷର ବିକାଶ ଧାରାକୁ ଲକ୍ଷ୍ୟ ରଖି ଅନେକ ଯୋଜନାର ସଫଳ ରୂପାୟନ ଦିଆଯାଇଛି । ଯେପରି ବିଦ୍ୟୁତ ସେବା, ପାନୀୟ ଜଳ ଯୋଗାଣ, ଏହା ବ୍ୟତୀତ ପର୍ଯ୍ୟଟନ ଦିଗ ମଧ୍ୟ ବେଶ ଲୋକାଭିମୁଖୀ ହୋଇ ପାରିଛି । କେଉଁ ବିରୋଧୀ ଦଳର ଅନ୍ତକନ୍ଦଳକୁ ଆଧାର କରି ନିର୍ବାଚନ ଲଢ଼ିବା ମୋର ଲକ୍ଷ ନୁହଁ। ବରଂ ସାଧାରଣ ଜନତା ମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଓ ନିଜ ଅଞ୍ଚଳର ବିକାଶର ମୁଦ୍ଦା ନେଇ ନିର୍ବାଚନ ଲଢ଼ିବି ବୋଲି କହିଛନ୍ତି ଦେବୀ।
କମ୍ପୁଛି ନିର୍ବାଚନ ପ୍ରଚାର । ! ଛଅ ଥର ବିଜୟୀ ହୋଇଥିବା ନେତାଙ୍କୁ ଘର ଘର ବୁଲି ପ୍ରଚାର କରିବା ଆବଶ୍ୟକତା ଅଛି କି ? କାହିଁକି ଲୋକଙ୍କ ପାଖକୁ ଯିବାକୁ ପଡିଥାଏ ? ବଡମ୍ବା ନରସିଂହପୁରରେ କଣ ସମସ୍ୟା ରହିଛି ? ବରିଷ୍ଠ ନେତା କେମିତି କରୁଛନ୍ତି ପ୍ରଚାର ? ତମାମ ପ୍ରସଙ୍ଗରେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର

