ଦିଲ୍ଲୀ-ଏନସିଆରରେ ଓ୍ବାଟରଲଗି, ପ୍ରବଳ ବର୍ଷା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଦ୍ବାରକା ରୋଡରେ ପାଣି ଜମି ରହିଥିବାରୁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି । ନୋଏଡା, ଗୁରୁଗ୍ରାମରେ ଲଗାଣ ବର୍ଷା ପରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ । ରାସ୍ତା ଉପରେ ୨ ଫୁଟ ଉଚ୍ଚର ପାଣି ଜମି ରହିଥିବାରୁ ଟ୍ରାଫିକ ସମସ୍ୟା ଉପୁଜିଛି । ଆହୁରି ବର୍ଷା ହୋଇପାରେ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ ।

