ଭିକେ ପାଣ୍ଡିଆନଙ୍କୁ ଏସିପି ଜୋନ୍-୧ ପକ୍ଷରୁ ସ୍ୱତନ୍ତ୍ର ନୋଟିସ୍

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାୟବ ହେବା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଏବଂ ପ୍ରଶାସନିକ ସ୍ତରରେ ତତ୍ପରତା ବୃଦ୍ଧି ପାଇଛି । ଏହି ଚର୍ଚ୍ଚିତ ମାମଲାରେ ପୂର୍ବତନ ପ୍ରାଶାସନିକ ଅଧିକାରୀ ତଥା ରାଜନେତା ଭିକେ ପାଣ୍ଡିଆନଙ୍କୁ ଏସିପି ଜୋନ୍-୧ ପକ୍ଷରୁ ସ୍ୱତନ୍ତ୍ର ନୋଟିସ୍ ଜାରି କରାଯାଇଛି।

ଆଗାମୀ ଜୁଲାଇ ୨୫ ତାରିଖ ଦିନ ତାଙ୍କୁ ଏସିପି ଅଫିସରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂଚନା ମିଳିଛି ।ପ୍ରକାଶଥାଉ କି, ଏହି ସମ୍ବେଦନଶୀଳ ମାମଲାରେ ରାଜ୍ୟ ସରକାର ଏହାପୂର୍ବରୁ ଦୁଇଜଣ ବରିଷ୍ଠ ସଚିବ ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ନୋଟିସ୍ ଜାରି କରିଥିଲେ ।

ମାତ୍ର ସେହି ସମୟରେ ଉଭୟ ଅଧିକାରୀ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ନିର୍ଦ୍ଧାରିତ ଦିନରେ ହାଜର ହୋଇନଥିଲେ । ବର୍ତ୍ତମାନ ଏହି ପ୍ରସଙ୍ଗରେ ଭିକେ ପାଣ୍ଡିଆନଙ୍କୁ ନୋଟିସ୍ ମିଳିବା ପରେ ସେ ଆଗାମୀ ଜୁଲାଇ ୨୫ ତାରିଖରେ ହାଜର ହେଉଛନ୍ତି କି ନାହିଁ, ସେ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଜାଗ୍ରତ ହୋଇଛି ।

Post Views85 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!