କାମାକ୍ଷା ଏକ୍ସପ୍ରସେ ଦୁର୍ଘଟଣାରେ ଜଣେ ଯାତ୍ରୀ ମୃତ। ୬ ଆହତ ଏସସିବିରେ ଚିକିତ୍ସାଧୀନ ଅଛନ୍ତି। କଟକର ମଙ୍ଗୁଳି ପାସେଞ୍ଜର ହଲଟ ନିକଟରେ ବେଙ୍ଗାଳୁରୁ-କାମାକ୍ଷା ଏକ୍ସପ୍ରେସର ୧୧ ବଗି ଲାଇନଚ୍ୟୁତ ହୋଇଥିଲା।
ପ୍ରାଥମିକତା ରହିଛି ଯାତ୍ରୀ ଫସିକି ଅଛନ୍ତି ତାଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା। ୨.୩୫ ରେ ସ୍ଵତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ଯାଇ କଟକ ରେ ପହଞ୍ଚିଛି। ଯାତ୍ରୀଙ୍କୁ ସେହି ଟ୍ରେନ ଦ୍ଵାରା କାମାକ୍ଷା ରେ ପହଞ୍ଚିବ। ଅପଲାଇନ୍ ରେ ସାଧାରଣ ଭାବେ ଟ୍ରେନ ଚଳାଚଳ ହେଉଛି। ଡାଉନ୍ ଲାଇନ୍ ୫ ଟି ଟ୍ରେନ ଡାଇଭର୍ଟ ହେଇଛି।
ଲାଇନଚ୍ୟୁତ ହୋଇଥିବା ଟ୍ରେନ ର ଯାତ୍ରୀ ମାନଙ୍କୁ ନେଇ ରିଲିଫ ସ୍ୱତନ୍ତ୍ର ଟ୍ରେନ କଟକ ମାର୍ଗ ଦେଇ କାମାକ୍ଷା ଯାତ୍ରା କରିଛି I ଯଥା ଶୀଘ୍ର ଡାଉନ୍ ଲାଇନ୍ ରେ ମଧ୍ୟ ଟ୍ରେନ ଚଳାଚଳ ସ୍ଵାଭାବିକ ପାଇଁ ଚେଷ୍ଟା କରାଯାଉଥିବା ଜଣାଯାଇଛି ।

