ସାଲାର୍‌ ଟ୍ରେଲର୍‌ ରିଲିଜ୍‌

ରିଲିଜ ହେଲା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ସାଲାରର ଟ୍ରେଲର । ମାଫିଆରାଜକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ଲିଡ୍‌ ରୋଲରେ ପ୍ରଭାସଙ୍କୁ ଦେଖିବାକୁ ପାଇଛନ୍ତି ଦର୍ଶକ । ଆକ୍ସନ ସାଙ୍ଗକୁ ଥ୍ରୀଲରରେ ଭରପୁର ‘ସାଲାର’ରେ ପ୍ରଭାସଙ୍କ ଜବରଦସ୍ତ ଡାଏଲଗ ସାଙ୍ଗକୁ ଦମଦାର ଫାଇଟିଂ ସିନ୍ ସବୁ ଦେଖିବାକୁ ମିଳିଛି । ଆଦିପୁରୁଷ ପରେ ଫିଲ୍ମ ‘ସାଲାର’ ମାଧ୍ୟମରେ ବଡ଼ ପରଦାକୁ ଫେରୁଛନ୍ତି ପ୍ରଭାସ । ପ୍ରଶାନ୍ତ ନୀଲ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସଙ୍କ ସମେତ ଶ୍ରୁତି ହାସନ, ଜଗପତି ବାବୁ, ଇଶ୍ୱରୀ ରାଓ ଏବଂ ଶ୍ରୀୟା ରେଡ୍ଡି ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ୪୦୦କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଫିଲ୍ମ ‘ସାଲାର’ ବାହୁବଳୀ ଏବଂ କେଜିଏଫ ଭଳି ବ୍ଲକବ୍ଲଷ୍ଟର ମୁଭିକୁ ମଧ୍ୟ ଟପିଯିବ ବୋଲି ସୀନେ ସମୀକ୍ଷକ ମାନେ ଆକଳନ କରିଛନ୍ତି ।

Post Views79 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!