ରିଲିଜ ହେଲା ହ୍ରିତିକ ରୋଶନଙ୍କ ଫିଲ୍ମ ଫାଇଟର୍ର ଟିଜର। ପ୍ରଥମ ଥର ପାଇଁ ହ୍ରିତିକଙ୍କ ସହ ଦୀପିକା ପାଦୁକୋନ । ଏହି ଦୁଇ ଜଣଙ୍କ ବ୍ୟତୀତ ଅନୀଲ କାପୁର ମଧ୍ୟ ‘ଫାଇଟର’ରେ ସ୍ୱତନ୍ତ୍ର ଭୂମିକାରେ ନଜର ଆସିଛନ୍ତି । ଭାରତୀୟ ବାୟୁସେନାର ବୀରତ୍ୱର କାହାଣୀ କହିବ ସିନେମା ଫାଇଟ । ଏଥିସହ ମନୋରଂଜନର ଖୋରାକ ପାଇଁ ରୋମାନ୍ସ, ଆକ୍ସନ ଓ ଡ୍ରାମାକୁ ମଧ୍ୟ ସ୍ଥାନ ଦିଆଯାଇଛି । ୧ ମିନିଟ ୧୪ ସେକେଣ୍ଡର ଏହି ଟିଜରର ଆରମ୍ଭରେ ଏୟାରଫୋର୍ସ ଫାଇଟର ଜେଟର ଝଲକ ଦେଖିବାକୁ ମିଳିଛି । ଏହା ସହିତ ଭାରତୀୟ ବାୟୁସେନାର ୟୁନିର୍ଫ୍ମରେ ହ୍ରିତିକ୍, ଦୀପିକା ଏବଂ ଅନୀଲ କାପୁରଙ୍କଲୁକକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି ।। ୨୫୦ କୋଟି ବ୍ୟୟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ଧୁମ ମଚାଇବ ବୋଲି ଆଶା ବ୍ୟକ୍ତ କରିଛି ପ୍ରଯୋଜନା ସଂସ୍ଥା । ଜାନୁଆରୀ ୨୬ରେ ରିଲିଜ ହେବ ଫାଇଟର ।

