ବାହାରୁଛି କୋଟି କୋଟି ଟଙ୍କା। ବଲାଙ୍ଗୀର ମଦଭାଟି ଓ ମ୍ୟାନେଜର ଘରୁ ଶହଶହ କୋଟି ଜବତ ଘଟଣାରେ I ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରିଜିଓନାଲ ମ୍ୟାନେଜର ଭଗତ ବେହେରା । ସେ କହିଛନ୍ତି- ମୋଟ ୧୭୬ ବସ୍ତା ଟଙ୍କା ଆସିଛି । ଏପର୍ଯ୍ୟନ୍ତ ୫୦ କୋଟି ଗଣା ସରିଛି । ୫୦ ଜଣ ବ୍ୟାଙ୍କ୍ କର୍ମଚାରୀ ୨୫ଟି ମେସିନରେ ଗଣତି କରୁଛନ୍ତି । ଆଖ ପାଖ ବ୍ୟାଙ୍କରୁ କର୍ମଚାରୀ ଓ ଗଣତି ମେସିନ ସାମିଲ ୨ ଦିନ ମଧ୍ୟରେ ଗଣତି ଶେଷ ହେବା ସମ୍ଭାବନା ରହିଛି । ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀ ଘରେ ଚାଲିଛି ଖୋଳତାଡ଼ I 14 ଜଣିଆ ଆୟକର ଟିମ ଚଳାଇଛି ଖୋଳତାଡ଼ I ସେପଟେ ବଲାଙ୍ଗୀରରେ ପହଞ୍ଚିଛନ୍ତି ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ I ଜବତ ଟଙ୍କାକୁ ନେଇ ଖୋଳତାଡ କରିବ ଟିମ I

