ଚାନ୍ଦିପୁରରୁ ସ୍ବଳ୍ପ ଦୂରଗାମୀ VSHORADS କ୍ଷେପଣାସ୍ତ୍ରର ସଫଳ ଉଡ଼ାଣ ପରୀକ୍ଷଣ

ଆଇଟିଆର୍ରୁ ଅତି ସ୍ବଳ୍ପ ଦୂରଗାମୀ ଏୟାର ଡିଫେନ୍ସ ସିଷ୍ଟମ ମିସାଇଲର କ୍ରମାଗତ ୨ଟି ପରୀକ୍ଷଣ ସଫଳ ହୋଇଛି। ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଡିଆରଡିଓ ତଥା ପ୍ରତିରକ୍ଷା ବିଭାଗର ଆର ଆଣ୍ଡ ଡି ଚେୟାରମେନ୍ ଡକ୍ଟର ସମୀର ଭି କମାଟ ଏହି ମିଶନରେ ଜଡ଼ିତ ସମସ୍ତ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି।

ଭିଏସ୍ଆର୍ଏଡିଏସ୍ ହେଉଛି ଏକ ମ୍ୟାନ୍ ପୋର୍ଟେବଲ୍ ଏୟାର ଡିଫେନ୍ସ ସିଷ୍ଟମ୍ ଯାହା ସ୍ୱଳ୍ପ ଦୂରତାରେ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଆକାଶମାର୍ଗରେ ଆସୁଥିବା ବିପଦକୁ ସାମ୍ନା କରିବା ପାଇଁ ଉଦ୍ଦିଷ୍ଟ ହୋଇଛି।

ହାଇଦ୍ରାବାଦର ଅନୁସନ୍ଧାନ କେନ୍ଦ୍ର ଇମାରତ ଦ୍ବାରା ଡିଆରଡିଓର ଲାବେରେଟୋରି ଏବଂ ଭାରତୀୟ ଶିଳ୍ପ ସହଭାଗୀମାନଙ୍କ ସହଯୋଗରେ ଏହାର ଡିଜାଇନ୍ ବିକଶିତ କରାଯାଇଛି। ତେବେ ପରୀକ୍ଷଣ ବେଳେ ଏହି ମିସାଇଲ ସମସ୍ତ ଲକ୍ଷ୍ୟ ହାସଲ କରିଥିବା ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!