ବଦଳିଲେ ଭରତପୁର ଥାନା ଅଧିକାରୀ

ଭରତପୁର ଥାନା ଆଇଆଇସି ଦିନକୃଷ୍ଣ ମିଶ୍ରଙ୍କୁ ବଦଳି କରାଯାଇଛି। ତାଙ୍କ ସମେତ ଜଣେ ମହିଳା ଏଏସଆଇ ସଲିଳମୟୀ ସାହୁ ଓ ଜଣେ କନଷ୍ଟେବଳ ବଳରାମ ହାଁସଦାଙ୍କୁ ବି ବଦଳି କରାଯାଇଛି ।

ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ବାନ୍ଧବୀଙ୍କୁ ଭରତପୁର ଥାନାରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବ ଅଭିଯୋଗ ହୋଇଥିଲା। କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି। ତେବେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଭରତପୁର ଥାନା ଆଇଆଇସିଙ୍କ ସମେତ ୨ ପୁଲିସ କର୍ମଚାରୀଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ଶନିବାର ବିଳମ୍ବିତ ରାତିରେ ଗୁରୁବଂଶ ପଟିଆରୁ ବାନ୍ଧବୀଙ୍କ ସହ କାରରେ ଯାଉଥିଲେ। ମଝି ରାସ୍ତାରେ ୨ଟି କାରରେ କିଛି ରୋଡ୍‌ ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ସଂପର୍କରେ ଅଭିଯୋଗ କରିବା ପାଇଁ ସେ ଭରତପୁର ଥାନାକୁ ଯାଇଥିଲେ।

ପିସିଆର ପଠାଇ ରୋଡ୍‌ ରୋମିଓଙ୍କୁ ଧରିବା ପାଇଁ ନିବେଦନ କରିଥିଲେ ଗୁରୁବଂଶ ଓ ତାଙ୍କ ବାନ୍ଧବୀ। କିନ୍ତୁ ପୁଲିସ୍ ରୋଡ୍‌ ରୋମିଓଙ୍କୁ ଧରିବ କ’ଣ ପ୍ରଥମେ ଲିଖିତ ଏତଲା ଦାବି କରିଥିଲା। ଏହାକୁ ନେଇ ପୁଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଲାଗିଥିଲା ଯୁକ୍ତିତର୍କ। ତାହାରି ଭିତରେ ଗୁରୁବଂଶଙ୍କୁ ରାତିତମାମ୍‌ ଲକ୍‌ଅପ୍‌ରେ ରଖିଥିଲା ପୁଲିସ୍‌। ତାଙ୍କ ବାନ୍ଧବୀଙ୍କୁ ଉପସ୍ଥିତ ପୁଲିସ କର୍ମଚାରୀ ଦୁର୍ବ୍ୟବହାର କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିବା ଗୁରୁବଂଶ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ଭରତପୁର ଥାନା ଆଇଆଇସି ଦୁଷ୍କର୍ମ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି ।

Post Views25 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!