ବେହାଲ ବାଲେଶ୍ୱର

ସୁବର୍ଣ୍ଣରେଖାର ପ୍ରଥମ ବନ୍ୟାଜଳ ବୁଡାଇ ଦେଇଛି ଉତ୍ତର ବାଲେଶ୍ୱରକୁ। ଇଏ ବାଲିଆପାଳ ବ୍ଲକ୍ ବିଷ୍ଣୁପୁର ପଂଚାୟତର ରସଲପୁର ଗାଁ। ରାସ୍ତା ଉପରେ ଚାଲିଛି ୪ ଫୁଟର ପାଣି । ଗାଁରେ ୩ଶହରୁ ଅଧିକ ଲୋକ ଏବେ ବନ୍ୟା ପାଣି ଘେରରେ ।

ସୁବର୍ଣ୍ଣରେଖା ବନ୍ୟା ଜଳରେ ବୁଡିଛି ନହରା, ନାଚିନ୍ଦ, ଆରୁହାବୃତ୍ତି, କୁମ୍ଭୀର ଗଡି ଓ କୁସୁଡା ପଂଚାୟତ ସହ ୨୫ଟି ଛୋଟ ବଡ ଗାଁ। ସ୍କୁଲରେ ପଶିଛି ପାଣି। ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ଜଳ ମାଡିଯାଇଛି। ସେପଟେ ଉବୁଟୁବୁ ହେଲାଣି ଜଳେଶ୍ୱର, ବସ୍ତା ଓ ଭୋଗରାଇର ଅନେକ ପଂଚାୟତ। ଧିରେ ଧିରେ ଗୋଟିଏ ପରେ ଗୋଟିଏ ଗାଁକୁ ଆୟତ୍ତକୁ ନେଉଛି ବନ୍ୟା ପାଣି। ବୁଢ଼ାବଳଙ୍ଗ ବି ଫୁଲିବାରେ ଲାଗିଛି। ଯାହାର ପ୍ରଭାବ ପଡିଛି ସଦର ବ୍ଲକ ଉପରେ। ବଇଞ୍ଚା, ଶିନ୍ଧିଆ, ବୁଆଁଳ ପଞ୍ଚାୟତର ଅନେକ ଗାଁ ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ। ବନ୍ୟା ପ୍ରଭାବିତଙ୍କ ପାଇଁ ଗାଁରେ ଡଙ୍ଗା ଚାଲିଛି। ଜରୁରୀ ସାମଗ୍ରୀ ଆଣିବା ସହ ଗୃହପାଳିତ ପଶୁଙ୍କୁ ବି ଏଥିରେ ସାନାନ୍ତର କରାଯାଉଛି ।

Post Views42 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!