ଅଗଷ୍ଟ ୧୧ରେ ରିଲିଜ ହେବାକୁ ଯାଉଛି ସନି ଦେଓଲ ଓ ଅମିଷା ପଟେଲଙ୍କ ଫିଲ୍ମ ଗଦର ୨ ।୨୦୦୧ରେ ଏହାର ପାର୍ଟ ଓ୍ବାନ ବଡ ପରଦାରେ ରିଲିଜ ହୋଇଥିଲା । ଏହି ଫିଲ୍ମଟି ଏକ ଲଭ ଷ୍ଟୋରି ଉପରେ ଆଧାରିତ ଥିଲା । ଅମିଷା ପଟେଲ ଓ ସନି ଦେଓଲଙ୍କ ଲଭ୍ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । ଏବେ ‘ଗଦର ୨’ ରେ ସନି ଦେଓଲ ଓ ଅମିଷା ପଟେଲେ ସମାନ ସେହି ଭୂମିକାରେ ହିଁ ଅଭିନୟ କରୁଥିବାର ଫିଲ୍ମରେ ନଜର ଆସୁଛନ୍ତି ।ତେବେ ଫ୍ୟାନ୍ସ ଏକ୍ସାଇଟେଡ୍ ସହ ରିଲିଜ ଡେଟ୍କୁ ଅପେକ୍ଷା କରିଛନ୍ତି ।

