ଆଜିଠୁ ଦିଲ୍ଲୀରେ ଆରମ୍ଭ ହେବ ରେଖା ସରକାର

ଆଜିଠୁ ଦିଲ୍ଲୀରେ ରେଖା ସରକାର। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରେଖା ଗୁପ୍ତା। ରାମଲୀଲା ମୈଦାନରେ ହେବ ଭବ୍ୟ ଶପଥ ଗ୍ରହଣ ସମାରୋହ। ଦିଲ୍ଲୀର ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଦିନ ପ୍ରାୟ ୧୧ଟାରେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମା ଏବଂ ନବଗଠିତ କ୍ୟାବିନେଟ୍ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେବେ।

ଶପଥ ପାଠ କରାଇବେ ଉପ ରାଜ୍ୟପାଳ ଭି.କେ. ସକ୍ସେନା । ଆଜି ରେଖା ଓ ପରବେଶଙ୍କ ସମେତ ୧୦ ବିଧାୟକ ଶପଥ ନେଇପାରନ୍ତି ବୋଲି ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପିର ଶୀର୍ଷ କେନ୍ଦ୍ରୀୟ ନେତୃତ୍ବ ଏବଂ NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Post Views42 Total Count

Apply Now


This will close in 0 seconds

error: Content is protected !!