ପୂର୍ବତନ ସେନା ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରୁ ପୂର୍ବତନ ସେନା ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଖୋର୍ଦ୍ଧା ବାଣପୁର ଅଞ୍ଚଳର ଅନୀଲ ଛୋଟରାୟ । ଗତକାଲି ସନ୍ଧ୍ଯାରେ ପୋଲିସ ମୃତଦେହ ଉଦ୍ଧାର କରିଛି । ଅନୀଲ ସ୍ତ୍ରୀ ଓ ପିଲାଙ୍କ ସହ ନୟାପଲ୍ଲୀ ନୂଆସାହିରେ ରହୁଥିଲେ । ଘରେ କେହି ନଥିବାବେଳେ ଗତକାଲି ପୋଲିସ କବାଟ ଭାଙ୍ଗି ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ଅନୀଲଙ୍କୁ ହତ୍ଯା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ ଓ ଭାଇ । ସାଇଣ୍ଟିଫିକ ଟିମ୍ ସହାୟତାରେ ପୋଲିସ ତଦନ୍ତ ଜାରି ରଖିଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!