ହିଞ୍ଜିଳି ଗସ୍ତରେ 5T ସଚିବ

ହିଞ୍ଜିଳିକାଟୁ ଓ ଶେରଗଡ଼ର ବିଭିନ୍ନ ସ୍ଥାନ ପରିଦର୍ଶନ କରୁଛନ୍ତି ଫାଇଭ-ଟି ସଚିବ । ପିତ୍ତଳ ଯୁକ୍ତ ଦୁଇ କଲେଜ ପରିଦର୍ଶନ କରିଛନ୍ତି 5T ସଚିବ ।

ଶିକ୍ଷକ ଓ ଛାତ୍ରଛାତ୍ରୀ ଓ କଲେଜ ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି ଭି.କେ ପାଣ୍ଡିଆନ୍ । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଲୋକଙ୍କ ସମସ୍ୟା ଶୁଣିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରୁଛନ୍ତି ।

ସେହିପରି ସେରଗଡ଼ ବ୍ଲକ ପିତ୍ତଳ ପଞ୍ଚାୟତର ଉତ୍ତରେଶ୍ବର ଶିବ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିବା ସହ ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି ।

ଏହା ପୂର୍ବରୁ ହିଞ୍ଜିଳିକାଟୁ ବ୍ଲକର ବୁରୁପଡ଼ା ପଞ୍ଚାୟତ ଶ୍ୟାମଲାଇ ମନ୍ଦିରରେ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ନେଇ କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ ।

Post Views100 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!