ସଚିନ ତେନ୍ଦୁଲକରଙ୍କୁ ମିଳିଲା ଗୋଲଡେନ ଟିକେଟ

ଆସନ୍ତା ୫ ଅକ୍ଟୋବରରୁ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ । ସେହିଭଳି ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୮ ଅକ୍ଟୋବରରେ ମ୍ୟାଚ୍ ଖେଳି ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ ।

କ୍ରିକେଟ ବିଶ୍ୱକପର ମ୍ୟାଚ୍ ପାଇଁ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ ଭେଟି ଗୋଲଡେନ ଟିକେଟ ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା ।

ଏହାପୂର୍ବରୁ ବିସିସିଆଇ ପକ୍ଷରୁ ଅମିତାଭ ବଚ୍ଚନଙ୍କୁ ଗୋଲଡେନ ଟିକେଟ ପ୍ରଦାନ କରାଯାଇଥିଲା । ଅମିତାଭଙ୍କୁ ଭେଟି ଜୟ ଶାହା ଏହି ଗୋଲଡେନ ଟିକେଟ ପ୍ରଦାନ କରିଥିଲେ ।

ଭାରତରେ ବିଶ୍ୱକପ ହେଉଥିବାରୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ଗୋଲଡେନ ଟିକେଟ ପ୍ରଦାନ କରୁଛି ବିସିସିଆଇ ।

ସଚିନଙ୍କୁ ଗୋଲଡେନ ଟିକେଟ ପ୍ରଦାନ କରୁଥିବାର ଫଟୋ ଟ୍ୱିଟ୍ କରିଛି ବିସିସିଆଇ । ଟ୍ୱିଟ୍ ହୋଇଥିବା ଫଟୋରେ ସଚିନଙ୍କ ସହ ଜୟ ଶାହାଙ୍କୁ ଦେଖିବାକୁ ମିଳିଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!