ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା

ଆଜି  ଭୁବନେଶ୍ୱର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ।  ସକାଳ ସାଢ଼େ ୧୦ଟା ବେଳେ ଶ୍ରୀ ନଡ୍ଡା  ଭୁବନେଶ୍ୱରରେ ଆସି ପହଞ୍ଚିବେ । ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ  ସାମିଲ ହେବେ । ଅପରାହ୍ନରେ ସେ  ପ୍ରତ୍ୟାବର୍ତ୍ତନ କରିବେ ।

ଭୁବନେଶ୍ୱରରେ ପହଞ୍ଚିବା ପରେ ଶ୍ରୀ ନଡ୍ଡା ଏଜି ଛକଠାରେ ବାବା ସାହେବ ଡ.ଭୀମରାଓ ଆମ୍ବେଦକରଙ୍କ  ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହାପରେ ବୁଦ୍ଧିଜୀବୀ ସମ୍ମିଳନୀରେ  ଯୋଗ ଦେଇ ଦଳର ସଦସ୍ୟତା  ଅଭିଯାନ ସମ୍ପର୍କରେ ଆଲୋଚନା  କରିବେ । ଏଥିରେ ରାଜ୍ୟର ବିଭିନ୍ନ  ଗୋଷ୍ଠୀ, ଅନୁଷ୍ଠାନ ଓ ସଂଗଠନକୁ  ପ୍ରତିନିଧିତ୍ୱ କରୁଥିବା ବିଶିଷ୍ଟ ବ୍ୟକ୍ତି  ବିଶେଷ ଯୋଗ ଦେବେ । ମଧ୍ୟାହ୍ନରେ  ବିଜେପି ରାଜ୍ୟ କାର୍ଯ୍ୟାଳୟରେ  ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ  ପଦାଧିକାରୀଙ୍କ ସହ ସଦସ୍ୟତା ଅଭିଯାନ  ନେଇ ଆଲୋଚନା କରିବେ ଶ୍ରୀ ନଡ୍ଡା । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଡ.  ଯତୀନ ମହାନ୍ତି ଏ ସମ୍ପର୍କରେ ସୂଚନା  ଦେଇଛନ୍ତି । ଗତ ୨ ତାରିଖଠାରୁ  ବିଜେପି ପକ୍ଷରୁ ଦେଶବ୍ୟାପୀ ସଦସ୍ୟତା  ଅଭିଯାନ ଆରମ୍ଭ ହୋଇଛି । ଓଡ଼ିଶାରେ  ଏହାକୁ ବ୍ୟାପକ କରିବା ପାଇଁ ଶ୍ରୀ ନଡ୍ଡା  ଭୁବନେଶ୍ୱର ଆସୁଛନ୍ତି ।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!