ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ଓମ୍ଫେଡ୍ କ୍ଷୀର ମହଙ୍ଗା ହେବାକୁ ଯାଉଛି। କମ୍ପାନୀ କ୍ଷୀର ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି କରିବାକୁ ଯାଉଛି।
ଏହି ଦର ବୃଦ୍ଧି ପରେ ବଜାରରେ ଟୋନ୍ଡ କ୍ଷୀର ପ୍ୟାକେଟ୍ (୫୦୦ ମିଲି) ର ଖୁଚୁରା ମୂଲ୍ୟ ୨୧ ରୁ ୨୩ ଟଙ୍କା, ପ୍ରିମିୟମ୍ ଏବଂ ଗୋଲ୍ଡ କ୍ଷୀର (୫୦୦ ମିଲି )୨୪ରୁ ୨୬ ଟଙ୍କା ଏବଂ ଚା’ ସ୍ପେସିଆଲ କ୍ଷୀର ମୂଲ୍ୟ (୫୦୦ ମିଲି)୨୩ରୁ ୨୫ ଟଙ୍କାକୁ ବୃଦ୍ଧି କରାଯାଇଛି। ମହାସଂଘର ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ପାଇଛି।
କୃଷକଙ୍କ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଗୋଖାଦ୍ୟ ଓ ଗୋଚାରାର ମୂଲ୍ୟ, ଔଷଧ, ଇନ୍ଧନ ମୂଲ୍ୟ ଏବଂ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟରେ ଅହେତୁକ ବୃଦ୍ଧି ଯୋଗୁ କମ୍ପାନୀ ଏହାର ତରଳ ଦୁଗ୍ଧ (୫୦୦ ମିଲି) ମୂଲ୍ୟରେ ୨ ଟଙ୍କା ବୃଦ୍ଧି କରିବାକୁ ବାଧ୍ୟ ହେଉଥିବା କହିଛି।

