ଆଜି ରଥକାଠ ଚିରଟ ଅନୁକୂଳ

ଶ୍ରୀରାମ ନବମୀରେ ତିନିରଥ ନିର୍ମାଣ ଲାଗି କାଠ ଚିରଟ ଅନୁକୂଳ ହେବାର ପରମ୍ପରା ରହିଛି ।ସେଥିଲାଗି ଗୁରୁବାର ଶ୍ରୀମନ୍ଦିର ପ୍ରଶାସନର ୪ ଜଣିଆ ଟିମ୍ କଟକ ଗସ୍ତ କରିଛନ୍ତି।

ଶ୍ରୀମନ୍ଦିର ଭାରପ୍ରାପ୍ତ ଅଧିକାରୀ (ନୀତି) ରବିନ୍ଦ୍ରନାଥ ଦାସ, ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶମ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ କଟକ ଯାଇଛନ୍ତି। ଏହି ଟିମ୍ ସାଥିରେ ମହାପ୍ରଭୁଙ୍କ ଲାଗି ମାଳ, ମାହାର୍ଦ୍ଦ, ଧୂପ, ଦୀପ, ପତନୀ, ନଡ଼ିଆ ପ୍ରଭୃତି ନେଇଥିଲେ। ଖପୁରିଆସ୍ଥିତ କରତ କଳରେ ପହଞ୍ôଚବା ପରେ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ସରିବା ପରେ ୧୨ ଫୁଟିଆ ୩ ଖଣ୍ଡ ଧଉରା କାଠ ଚିରଟ ଅନୁକୂଳ ହୋଇଥିଲା।ଆସନ୍ତା ଜୁନ୍ ୨୦ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା।

ଅକ୍ଷୟ ତୃତୀୟାରୁ ତିନିରଥ ନିର୍ମାଣ ଆରମ୍ଭ ହେବାକୁ ଥିବାବେଳେ ଗୁରୁବାର ରଥକାଠ ଚିରଟ ଅନୁକୂଳ ହେବ। କଟକ ଖପୁରିଆ କରତ କଳର ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ରଥକାଠ ଚିରଟ ଆରମ୍ଭ କରାଯିବ। ମହାପ୍ରଭୁଙ୍କ ରଥ ନିର୍ମାଣର ସ୍ୱତନ୍ତ୍ର ବିଧି ରହିଛି। କେଉଁଦିନ ରଥର କ’ଣ ନିର୍ମାଣ କରାଯିବ ତାହା ଏହି ବିଧି ମୁତାବକ କରାଯାଇଥାଏ ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!