ଶ୍ରୀମନ୍ଦିରରେ ଫୁଡ୍ ଇନ୍ସପେକ୍ଟର ଙ୍କୁ ନେଇ ଜାଣନ୍ତୁ କଣ କହିଲେ ଆଇନ ମନ୍ତ୍ରୀ

ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାରକୁ ନେଇ ବିବାଦ ଲାଗି ରହିଛି। ଏହାରି ଭିତରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର। ଏନେଇ ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର। ଏହି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ମନ୍ତ୍ରୀ କହିଛନ୍ତି- ଠାକୁରଙ୍କୁ ଲାଗି ହେଉଥିବା ମହାପ୍ରସାଦ ସହ ବିଭିନ୍ନ ଶୁଖିଲି ଭୋଗର ମାନ ଯାଞ୍ଚ କରିବେ ଏହି ଫୁଡ୍ ଇନ୍ସପେକ୍ଟର। ତାସହ ମନ୍ଦିରରେ ବ୍ୟବହୃତ ସମସ୍ତ ଭୋଗ ସାମଗ୍ରୀ ଓ ଘିଅର ଶୁଦ୍ଧତା ବି ଯାଞ୍ଚ କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଖୁବଶୀଘ୍ର ମାର୍ଗଦର୍ଶିକା ଜାରି ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ତିରୁପତି ବାଲାଜୀ ମନ୍ଦିରର ଲଡୁରେ ପଶୁ ଚର୍ବିର ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ଶ୍ରୀମନ୍ଦିର ମହାପ୍ରସାଦରେ ବ୍ୟବହୃତ ଘିଅର ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠିଥିଲା।ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତମାନଙ୍କ ସହ ଆଲୋଚନା କରାଯାଇଛି। ଏନେଇ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି। ଏନେଇ ପୁରୀ ଜିଲ୍ଲାପାଳ କହିଥିଲେ, ଘିଅ କୋଠ ଭୋଗରେ ଲାଗି ହୋଇଥାଏ। ଘିଅର ଶୁଦ୍ଧତା ନେଇ ଯଦି ପ୍ରଶ୍ନ ଉଠୁଛି, ତେବେ ଏହାର ମାନ ଯାଞ୍ଚ କରାଯିବ। ଯାଞ୍ଚ କରାଯାଇଥିବା ଘିଅକୁ ଶ୍ରୀମନ୍ଦିରରେ ବ୍ୟବହାର କରାଯିବ। ତେବେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନାହିଁ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!