ବେଦାନ୍ତରେ ୧୦ ଟନ୍ ଇଲେକ୍ଟ୍ରିକ୍ ଫର୍କଲିଫ୍ଟର ଶୁଭାରମ୍ଭ ବେଦାନ୍ତ

ଆଲୁମିନିୟମରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏକ ୧୦ ଟନ୍ ଇଲେକ୍ଟ୍ରିକ୍ ଲିଥିୟମ୍-ଆୟନ ଫର୍କଲିଫ୍ଟର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ (ଝାରସୁଗୁଡ଼ା) ମେଗା ଆଲୁମିନିୟମ୍ ସ୍ମେଲଟର ପ୍ଲାଣ୍ଟ ଝାରସୁଗୁଡାରେ ନିୟୋଜିତ ହୋଇଛି। ସେହିଭଳି କମ୍ପାନୀର ବିଭିନ୍ନ ୟୁନିଟରେ ବର୍ତ୍ତମାନ ଭାରତର ସର୍ବବୃହତ ବୈଦ୍ୟୁତିକ ଲିଥିୟମ-ଆୟନ ଫର୍କଲିଫ୍ଟର ବ୍ୟବହାର ସହ ମୋଟ ୪୪ଟି ୟୁନିଟ୍ ଓଡ଼ିଶା ଏବଂ ଛତିଶଗଡ କାର୍ଯ୍ୟ ପରିସରରେ ନିୟୋଜିତ ହୋଇଛି।

ବିଶେଷ କରି କମ୍ପାନୀ ନିକଟରେ ଭାରତର ପ୍ରଥମ ୧୦ ଟନ୍ ଇଲେକ୍ଟ୍ରିକ୍ ଲିଥିୟମ୍-ଆୟନ ଫର୍କଲିଫ୍ଟକୁ ଝାରସୁଗୁଡା ମେଗା ଆଲୁମିନିୟମ୍ ସ୍ମେଲଟରରେ ମଧ୍ୟ ନିୟୋଜିତ କରିଛି।

ଏଥିସହିତ ଏହା ପ୍ରଥମ ଥର ପାଇଁ ଓଡ଼ିଶାର ଲାଞ୍ଜିଗଡଠାରେ ଥିବା ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀରେ ଏବଂ ଛତିଶଗଡର କୋରବାଠାରେ ଅବସ୍ଥିତ ଭାରତର ପ୍ରତିଷ୍ଠିତ ଆଲୁମିନିୟମ୍ ଉତ୍ପାଦକ ୩-ଟନ୍ ଏବଂ ୫ ଟନ୍ ଇଲେକ୍ଟ୍ରିକ୍ ଫର୍କଲିଫ୍ଟର ମଧ୍ୟ ବ୍ୟବହାର କରାଯାଇଛି। ଅପରପକ୍ଷରେ ଗିୟର (ଜେମିନି ଇକ୍ୟୁପମେଣ୍ଟ ଆଣ୍ଡ ରେଣ୍ଟାଲସ ପ୍ରା.ଲିଃ) ଇଣ୍ଡିଆ ଏବଂ ଟାରନ୍ ଲିଫ୍ଟ ଆଣ୍ଡ ମୁଭ୍ ସହଯୋଗରେ ଉପରୋକ୍ତ କାର୍ଯ୍ୟ ସମ୍ପ୍ରସାରଣ କରାଯାଇଛି।

ଏ ସମ୍ପର୍କରେ ବେଦାନ୍ତ ଲିମିଟେଡର ସିଇଓ (ଆଲୁମିନିୟମ ବ୍ୟବସାୟ) ସୁନୀଲ ଗୁପ୍ତା କହିଛନ୍ତି, ଆମେ ଆମର ସ୍ଥିରତା ପ୍ରଦର୍ଶନକୁ ବଢାଇବା ପାଇଁ ଏଭଳି ଏକ ଅଭିନବ ଅଭ୍ୟାସ ଓ ଅନୁସନ୍ଧାନର ପ୍ରୟୋଗ ଜାରି ରଖିଛୁ। ବିଶେଷ କରି ଆଲୁମିନିୟମର ସର୍ବୋତ୍ତମ ଗୁଣ ମଧ୍ୟ ଆମେ ଉତ୍ପାଦନ କରୁଛୁ। ଏପରିକି ଇଏସଜି ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀ ଉତ୍ସର୍ଗୀକୃତ ରହିଛି, ଯାହା ଆମର ସମସ୍ତ ବ୍ୟବସାୟ ପ୍ରୟାସର ମୂଳଦୁଆ ବୋଲି ସେ ମତପ୍ରକାଶ କରିଛନ୍ତି।

ସେହିଭଳି ଅଗ୍ରଣୀ ବୈଷୟିକ ପ୍ରଦାନକାରୀଙ୍କ ସହିତ ଆମର ସହଭାଗିତା କମ୍ପାନୀକୁ ଶିଳ୍ପରେ ସ୍ଥାୟୀ ସାମଗ୍ରୀ ପରିଚାଳନା ଅଭ୍ୟାସକୁ ଅଗ୍ରଗତି କରିବାକୁ ସକ୍ଷମ କରିଛି। ଭାରତର ପ୍ରଥମ ୧୦ଟନ୍ ଇଲେକ୍ଟ୍ରିକ୍ ଲିଥିୟମ୍-ଆୟନ ଫର୍କଲିଫ୍ଟର ଶୁଭାରମ୍ଭ ସହ ଏକ ନେଟ୍ ଜିରୋ ଭବିଷ୍ୟତର ପରିବର୍ତ୍ତନକୁ ତ୍ୱରାନ୍ବିତ କରିବା ପାଇଁ ଆମର ପ୍ରତିବଦ୍ଧତାର ଏହା ଏକ ବଳିଷ୍ଠ ପ୍ରମାଣ ବୋଲି ସେ ମତବ୍ୟକ୍ତ କରିଛନ୍ତି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!