ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ହିଙ୍ଗୁଳା ମନ୍ଦିରର ନବକଳେବର ନିମନ୍ତେ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି ଫାଇଭ-ଟି ସଚିବ । ଅନୁଗୁଳ ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ ।
ତାଳଚେରରେ ପହଞ୍ଚିବା ପରେ ମା’ ହିଙ୍ଗୁଳାଙ୍କୁ ଦର୍ଶନ କରିଛନ୍ତି 5T ସଚିବ । ଏହା ପରେ ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ
ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ପାଇଁ ସମସ୍ତ ସୁବିଧା କରାଯିବ । ଅନ୍ୟ ମନ୍ଦିରଗୁଡ଼ିକର ଉନ୍ନତି ପାଇଁ ଯେଉଁଭଳି ଯୋଜନା ହୋଇଛି, ସେହିଭଳି ଭଲ ଯୋଜନା ମାଆ ହିଙ୍ଗୁଳା ମନ୍ଦିର ପାଇଁ କରାଯିବ । ପରେ ସେଠାରେ ଉପସ୍ଥିତ ଥିବା ଏସଏଚଜି ସଦସ୍ୟା ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ ।
ସେମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ଖୁବଶୀଘ୍ର ସବୁ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

