ଆସନ୍ତା ଏପ୍ରିଲ ମାସରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟର ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ ପ୍ରକ୍ରିୟା ।
ନୂଆ ଶିକ୍ଷା ବର୍ଷ ସୁଦ୍ଧା ରୂପାନ୍ତରଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଥିବା ବେଳେ ୨୦୨୪ ସୁଦ୍ଧା ରାଜ୍ୟର ୮ ହଜାର ସ୍କୁଲର ରୂପାନ୍ତରଣ ସାରିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି। ଏହି ପର୍ଯ୍ୟାୟରେ ୨୩୩୬ଟି ବିଦ୍ୟାଳୟ ରୂପାନ୍ତରଣ ଲାଗି ସାମିଲ୍ ହୋଇଥିବାବେଳେ ପ୍ରାୟ ୫୦ ପ୍ରତିଶତ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଏଯାବତ୍ ଶେଷ ହୋଇଛି।
ପ୍ରଥମ ଦୁଇ ପର୍ଯ୍ୟାୟରେ ପାଖାପାଖି ୪ ହଜାର ସ୍କୁଲ ରୂପାନ୍ତରଣ ଶେଷ ହୋଇଥିବା ବେଳେ ସରକାରୀ ହାଇସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ, ସାଇନ୍ସଲ୍ୟାବ୍ ଭଳି ଉନ୍ନତ ମାନର ଶିକ୍ଷଣୀୟ ବ୍ୟବସ୍ଥା ଉପଲବ୍ଧ କରାଯାଉଛି।

