କେନ୍ଦୁଝର ଜିଲାର ଘଟଗାଁ ଜଙ୍ଗଲରୁ ନିଖୋଜ ଟ୍ରାଫିକ୍ କନଷ୍ଟେବଲ୍ ଶୁଭମିତ୍ରା ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଭିଯୁକ୍ତ ତାଙ୍କ ସ୍ୱାମୀ ଦୀପକ ରାଉତ, ଜଣେ ପୋଲିସ କନଷ୍ଟେବଲ୍, ତାଙ୍କୁ ହତ୍ୟା କରି ଘଟଗାଁ ନିକଟସ୍ଥ କୁସୁନପୁର ଜଙ୍ଗଲରେ ପୋତିଥିବା ସ୍ୱୀକାର କରିଛନ୍ତି। ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ଅଖା ଭିତରେ ବନ୍ଧା ଅବସ୍ଥାରେ ଶୁଭମିତ୍ରାଙ୍କ ମୃତଦେହ ଉଦ୍ଧାର ହୋଇଛି।
ତଦନ୍ତରୁ ଜଣାପଡ଼ିଛି ଯେ, ଦୀପକଙ୍କ ଏହା ଦ୍ୱିତୀୟ ବିବାହ ଥିଲା। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଦୁର୍ଘଟଣା ବୋଲି ଦାବି କରି ୧ କୋଟି ଟଙ୍କାର ଇନ୍ସୁରାନ୍ସ ପାଇଥିଲେ।
ଏହାପରେ ସେ ଶୁଭମିତ୍ରାଙ୍କୁ ୨୦୨୪ ଜୁଲାଇ ୨୫ରେ ବିବାହ କରିଥିଲେ ଓ ସମାନ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରିଥିଲେ। ଦୀପକ ଶୁଭମିତ୍ରାଙ୍କୁ ଭୁବନେଶ୍ୱରରେ ଗାଡ଼ି ଭିତରେ ଗଳାଟିପି ହତ୍ୟା କରି ଦୁଇ ସହଯୋଗୀଙ୍କ ସାହାଯ୍ୟରେ ଜଙ୍ଗଲରେ ପୋତିଥିଲେ।

