ବେଦାନ୍ତ ଲାଞ୍ଜିଗଡ଼କୁ ଗୋଲ୍ଡେନ୍ ପିକକ୍ ପୁରସ୍କାର

ବେଦାନ୍ତ ଆଲୁମିନାର ଲାଞ୍ଜିଗଡ଼ ଓଡ଼ିଶା ୟୁନିଟ୍କୁ ନିକଟରେ ଏକ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍ର ଡେପୁଟି ସିଇଓ (ଆଲୁମିନା ବିଜ୍ନେସ୍) ଜି.ଜିି. ପଲ୍ କହିଛନ୍ତି, କମ୍ପାନୀର ଲାଞ୍ଜିଗଡ଼ ୟୁନିଟ କାର୍ଯ୍ୟକଳାପରେ ଏକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ହୋଇଛି। ବିଶେଷ କରି ସାମାଜିକ ପରିବର୍ତ୍ତନ ହାସଲ କରିବା ଉପରେ ୟୁନିଟ୍ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି।

ବିଶେଷକରି ବେଦାନ୍ତ ଲିମିଟେଡ୍ର ଲାଞ୍ଜିଗଡ଼ ୟୁନିଟ୍ ଦେଶର ଅଗ୍ରଣୀ ମେଟାଲର୍ଜିକାଲ ଗ୍ରେଡ୍ ଆଲୁମିନା ଉପତ୍ାଦନକାରୀ ଭାବେ ବେଶ୍ ପରିଚିତ। ଏପରିକି କମ୍ପାନୀ କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ ପଦକ୍ଷେପକୁ ସ୍ବୀକୃତି ଦେଇଥାଏ।

ଫଳରେ କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ମାନଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର ଲାଭ କରିଛି। ମହିଳା ଏବଂ ଶିଶୁ ବିକାଶ ଉପରେ ବିଶେଷ ଧ୍ୟାନ ଦେଇ ଶିକ୍ଷା, ସ୍ବାସ୍ଥ୍ୟସେବା, ଜୀବିକା, କ୍ରୀଡ଼ା ଏବଂ କଳା ଓ ସଂସ୍କୃତି କ୍ଷେତ୍ରରେ କମ୍ପାନୀର ସାମଗ୍ରିକ ବିକାଶ ପ୍ରୟାସର ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ବୀକୃତି ଭାବେ ଲାଭ କରିଛି।

ଦେଶରେ ଏହା ଏକ ସମ୍ମାନଜନକ ପୁରସ୍କାର ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ସେହିଭଳି କର୍ପୋରେଟ୍ ସାମାଜିକ ଦାୟିତ୍ୱ ପାଇଁ ବେଦାନ୍ତ ଲାଞ୍ଜିଗଡ଼କୁ ଗୋଲ୍ଡେନ୍ ପିକକ୍ ପୁରସ୍କାର ପ୍ରଦାନ କରାଯାଇଛି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!