ଟାଟା ଷ୍ଟିଲ୍‌କୁ ଡିଇଆଇ-ଲାଇଟ୍‌ହାଉସ୍ ମାନ୍ୟତା

ଟାଟାର ସହଯୋଗୀ କମ୍ପାନୀ ଟାଟା ଷ୍ଟିଲ୍କୁ ଗ୍ଲୋବାଲ ଡାଇଭର୍ସିଟି ଇକ୍ୱିଟି ଆଣ୍ଡ୍ ଇନ୍କ୍ଲୁଜନ (ଡିଇଆଇ) ଲାଇଟ୍ହାଉସ୍ ୨୦୨୩ ମାନ୍ୟତା ପ୍ରଦାନ କରାଯାଇଛି।

ଏପରିକି ସୁଇଜରଲାଣ୍ଡର ଡାଭୋସ୍ଠାରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ୍-୨୦୨୩ ପରିପ୍ରେକ୍ଷୀରେ ପ୍ରକାଶ ପାଇଥିବା ଗ୍ଲୋବାଲ ପ୍ୟାରିଟି ଆଲାଏନ୍ସ ଡାଇଭର୍ସିଟି,ଇକ୍ୱିଟି ଆଣ୍ଡ ଇନ୍କ୍ଲୁଜନ୍ ଲାଇଟ୍ହାଉସ୍ ୨୦୨୩ ପାଇଁ ଚୟନ କରାଯାଇଥିବା ୮ଟି କେସ୍ ଷ୍ଟଡି ମଧ୍ୟରୁ କାର୍ଯ୍ୟ କ୍ଷେତ୍ରରେ ଲିଙ୍ଗଗତ ବିବିଧତାରେ ଉନ୍ନତି ଆଣିବା ଦିଗରେ କମ୍ପାନୀର ଉଦ୍ୟମ ଥିଲା ଅନ୍ୟତମ।

ଏ ସମ୍ପର୍କରେ ଟାଟା ଷ୍ଟିଲ୍ର ଏମ୍ଡି ଓ ସିଇଓ ଟି.ଭି.ନରେନ୍ଦ୍ରନ କହିଛନ୍ତି,ମାନୁଫାକଚରିଂ କ୍ଷେତ୍ରରେ ବିଶେଷ ଖଣି ଧାତବ ଓ ଖଣି କ୍ଷେତ୍ରରେ ଏକ ବିବିଧ କର୍ମଶକ୍ତିର ବିକାଶ ଓ ତାହାକୁ ସମୃଦ୍ଧ କରିବାରେ ଆମେ ସାମ୍ନା କରୁଥିବା ସାଂସ୍କୃତିକ ଓ ସାମାଜିକ ପ୍ରତିବନ୍ଧକ ସମେତ ବିଭିନ୍ନ ପ୍ରକାର ଆହ୍ବାନ ରହିଛି।

ଏପରିକି କର୍ମଶକ୍ତିରେ ବିବିଧତା କ୍ଷେତ୍ରରେ ଆମେ ଯେଉଁ ସଫଳତା ହାସଲ କରିଛୁ, ତାହା ହେଉଛି ଅତ୍ୟନ୍ତ ପ୍ରଭାବଶାଳୀ କାର୍ଯ୍ୟକ୍ରମ ଓ ସମାଧାନ ଜରିଆରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ବ୍ୟବସ୍ଥିତ ଅଭିଯାନର ଫଳ।

ଆମ କର୍ମଚାରୀ ଏବଂ ବିଶେଷକରି ଶ୍ରମିକ ସଂଘ ଯେଉଁମାନେ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି ଏବଂ ଏହି ଯାତ୍ରାରେ ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିଛନ୍ତି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!