ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି। ୪ପ୍ରତିଶତ ବଢିଛି ମହଙ୍ଗା ଭତ୍ତା। ୪୨ପ୍ରତିଶତରୁ ୪୬ପ୍ରତିଶତକୁ ମହଙ୍ଗା ଭତ୍ତା ବଢ଼ାଇଛନ୍ତି ରାଜ୍ୟ ସରକାର। ଜୁଲାଇ ୧ରୁ ପିଛିଲା ଭାବେ ବର୍ଦ୍ଧିତ DA ଲାଗୁ ହେବ। ଏହାଦ୍ବାରା ୪ଲକ୍ଷ ୫୦ହଜାର ସରକାରୀ କର୍ମଚାରୀ ଉପକୃତ ହେବେ। ସେହିପରି ପେନସନଭୋଗୀଙ୍କୁ ମଧ୍ୟ ମିଳିବ ଡିୟରନେସ୍ ରିଲିଫ। ଏଥିରେ ଉପକୃତ ହେବେ ୩ଲକ୍ଷ ୫୦ହଜାର ପେନସନଭୋଗୀ। ମହଙ୍ଗା ଭତ୍ତା ବୃଦ୍ଧି ନେଇ ସରକାରୀ କର୍ମଚାରୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛି ସଚିବାଳୟ ସେବା ସଂଘ।
Related Posts
ଟୋକିଓରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କଲେ ଭାରତୀୟ ରାଷ୍ଟ୍ରଦୂତ
ଆସନ୍ତାକାଲି ଟୋକିଓରେ ଓଡ଼ିଶା ବିଜିନେସ୍ ମିଟକୁ ସମ୍ବୋଧନ କରିବେ ନବୀନ । ପୁଞ୍ଜି ଖଟାଇବାକୁ ନିବେଶକାରୀଙ୍କୁ କରିବେ ନିମନ୍ତ୍ରଣ ।…
ନିଷ୍କାସନ ହେଲା ହୀରାକୁଦର ପ୍ରଥମ ବନ୍ୟାଜଳ
ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭ ନମ୍ବର ଗେଟ ଖୋଲାଯାଇଥିବାବେଳେ ଏହାପରେ…
ଆସନ୍ତା ୨୦ରେ ଭୁବନେଶ୍ୱରରେ ବିଶାଳ ରୋଡ୍ ସୋ କରିବେ ପ୍ରଧାନମନ୍ତ୍ରୀ
ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ମୋଦି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବେ…

