ଆକାଶ ବାଇଜୁସ୍ର ଓଡ଼ିଶା ଶାଖା କ୍ରମାଗତ ୪ର୍ଥ ବର୍ଷ ପାଇଁ ଜେଇଇ ମେନ୍ ଫଳାଫଳରେ ରାଜ୍ୟ ଟପ୍ପର ସହ ଉଲ୍ଲେଖନୀୟ ସଫଳତା ମଧ୍ୟ ହାସଲ କରିଆସିଛି। ଏପରିକି ଚଳିତ ଥରର ଜେଇଇ ମେନ୍ ଫଳାଫଳରେ ମଧ୍ୟ ଆକାଶ ବାଇଜୁସ୍ର ଓଡ଼ିଶା ଶାଖାରୁ ମୋଟ ୩୪ ଜଣ ଛାତ୍ରୀଛାତ୍ର ୯୯ ପର୍ସେଣ୍ଟାଇଲରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍-୨୦୨୩ର ୨ୟ ପର୍ଯ୍ୟାୟ ଫଳାଫଳ ନିକଟରେ ପ୍ରକାଶିତ ହୋଇଯାଇଛି। ଉକ୍ତ ଫଳାଫଳ ଅନୁସାରେ ଆକାଶ ବାଇଜୁସ୍ର ଭୁବନେଶ୍ୱର ସେଣ୍ଟରର ଛାତ୍ରୀ ପ୍ରିୟଙ୍କା ସର ୯୯.୯୮ ପର୍ସେଣ୍ଟାଇଲ ସହ ରାଜ୍ୟ ଟପ୍ପର ହୋଇଛନ୍ତି। ଏପରିକି ସେ ଜେଇଇ ମେନ୍-୨୦୨୩ ଫଳାଫଳରେ ଅଲ୍ ଇଣ୍ଡିଆ ର଼୍ୟାଙ୍କ (ଏଆଇଆର୍) ୨୪୩ ତମ ସ୍ଥାନରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ଆକାଶ ବାଇଜୁସ୍ର ଭୁବନେଶ୍ୱର ଶାଖା ପକ୍ଷରୁ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା।
ଉକ୍ତ ଉତ୍ସବରେ ଭୁବନେଶ୍ୱର ସେଣ୍ଟରର ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏ ସମ୍ପର୍କରେ ଆକାଶ ବାଇଜୁସ୍ର ରିଜିଓନାଲ ଡାଇରେକ୍ଟର (ପୂର୍ବ) ଅଜୟ ବାହାଦୁର ସିଂ କହିଛନ୍ତି, ଚଳିତ ବର୍ଷର ଜେଇଇ ମେନ୍ ଫଳାଫଳକୁ ନେଇ ଆମେ ବେଶ୍ ଉତ୍ସାହିତ ଅଛୁ। ଏପରିକି ଓଡ଼ିଶା ଟପ୍ପର ତଥା ଆକାଶ ବାଇଜୁସ୍ର ଓଡ଼ିଶା ଶାଖାର ଭୁବନେଶ୍ୱର ସେଣ୍ଟରର ଛାତ୍ରୀ ପ୍ରିୟଙ୍କାଙ୍କୁ ତାଙ୍କର ଅନନ୍ୟ ସଫଳତା ନିମନ୍ତେ ମଧ୍ୟ ଅଭିନନ୍ଦନ ଜଣାଉଛୁ। ସେହିଭଳି ଆମେ ତାଙ୍କର ଭବିଷ୍ୟତର ସମସ୍ତ ପ୍ରୟାସରେ ମଧ୍ୟ ସର୍ବକୁଶଳ କାମନା କରୁଛୁ ବୋଲି ସିଂ ମତପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ୨୦୧୯ରେ ପ୍ରିୟଙ୍କା ଆକାଶ ବାଇଜୁସ୍ର କ୍ଲାସରୁମ୍ ପ୍ରୋଗ୍ରାମରେ ଯୋଗ ଦେଇଥିଲେ। ଏପରିକି ସେ ଆକାଶର ବିଭିନ୍ନ ଚିନ୍ତାଧାରାକୁ ବୁଝିବା ନିମନ୍ତେ ନିଜର ଉଦ୍ୟମ ଜାରି ରଖିବା ସହ ଶିକ୍ଷା ଆହରଣ ସମୟ ସୂଚୀକୁ କଡ଼ାକଡ଼ି ଭାବେ ଅନୁପାଳନ କରି ଜେଇଇ ମେନ୍-୨୦୨୩ରେ ଶୀର୍ଷ ପର୍ସେଣ୍ଟାଇଲ ହାସଲ କରି ଏଲିଟ ତାଲିକାରେ ନିଜକୁ ସ୍ଥାନିତ କରିଛନ୍ତି।
ବିଶେଷକରି ଜେଇଇ ଆଡଭାନ୍ସଡ କେବଳ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି (ଆଇଆଇଟି)ରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ଥିବାବେଳେ ଜେଇଇ ମେନ୍ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ଏବଂ ଅନ୍ୟ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖାଇବାକୁ ସୁଯୋଗ ମିଳିଥାଏ।

