ଏମ୍.ଅରୁଣା ଇଣ୍ଡିଆନ୍ ବ୍ୟାଙ୍କର ନୂଆ କ୍ଷେତ୍ର ମହାପ୍ରବନ୍ଧକ

ବରିଷ୍ଠ ବ୍ୟାଙ୍କର୍ସ ଏମ୍.ଅରୁଣା ନିକଟରେ ଇଣ୍ଡିଆନ୍ ବ୍ୟାଙ୍କ ଭୁବନେଶ୍ୱର କାର୍ଯ୍ୟାଳୟର ନୂତନ କ୍ଷେତ୍ର ମହାପ୍ରବନ୍ଧକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତିା ଏହା ପୂର୍ବରୁ ସେ ତିରୁପତି ଅଞ୍ଚଳର ଅଞ୍ଚଳ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଉଲ୍ଳେଖଯୋଗ୍ୟ, ୧୯୮୮ରେ ଅରୁଣା ଇଣ୍ଡିଆନ୍ ବ୍ୟାଙ୍କରେ ଯୋଗଦେବା ସହ କର୍ନାଟକ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପଦବୀରେ ରହି କାର୍ଯ୍ୟ କରିବାର ବ୍ୟାପକ ଅଭିଜ୍ଞତା ହାସଲ କରିିଛନ୍ତି।

ସେହିଭଳି ଭୁବନେଶ୍ୱରସ୍ଥିତ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ଅଧୀନରେ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଅନ୍ତର୍ଗତ ୮ଟି ଅଞ୍ଚଳ କାର୍ଯ୍ୟାଳୟ ଯଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାୟପୁର, ଜବଲପୁର, ସତ୍ନା ଏବଂ ଭୋପାଳର ୪୯୨ଟି ଶାଖା କାର୍ଯ୍ୟରତ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏହି କ୍ଷେତ୍ର ଅଧୀନରେ ମୋଟ୍ ବ୍ୟବସାୟ ପ୍ରାୟ ୬୧,୪୯୧ କୋଟି ଟଙ୍କା ହୋଇଥିବା ବ୍ୟାଙ୍କିଙ୍ଗ୍ ସୁବିଧାକୁ ସହଜ ଓ ସରଳ କରିବା ସହିତ ଏମ୍ଏସ୍ଏମ୍ଇ, ଖୁଚୁରା ଋଣ, କୃଷିକ୍ଷେତ୍ର ଆଦିରେ ଅରୁଣାଙ୍କର ଅଧିକ ରୁଚି ରହିଥିବାରୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଇଣ୍ଡିଆନ୍ ବ୍ୟାଙ୍କ ଏହିସବୁ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦେବ ବୋଲି ଆଶା କରାଯାଉଛି।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!