ବନ୍ଦ ରହିଲା ଲୋକପ୍ରିୟ ବାଂଲାଦେଶୀ ସିଙ୍ଗର ଜେମସଙ୍କ କନସର୍ଟ । ଢାକା ଠାରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ଫରିଦପୁରରେ ଘଟିଛି ଘଟଣା । ଶୁକ୍ରବାର ରାତିରେ ଏକ ସ୍କୁଲର ବାର୍ଷିକ କାର୍ଯ୍ୟକ୍ରମ ଅବସରରେ ବାଂଲାଦେଶୀ ସିଙ୍ଗର ଜେମସଙ୍କ କନସର୍ଟ ଚାଲିଥିଲା । ସେତିକିବେଳେ କିଛି ଲୋକ ଷ୍ଟେଜରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । କାର୍ଯ୍ୟକ୍ରମ ବନ୍ଦ କରିବାକୁ କହିଥିଲେ । ଛାତ୍ରମାନେ ତାଙ୍କୁ ବିରୋଧ କରିଥିଲେ। ତା ପରେ ଆରମ୍ଭ ହୋଇଥିଲା ଆକ୍ରମଣ ।
କଳାକାରଙ୍କ ଉପରକୁ ଇଟା ପଥର ମାଡ଼ ହୋଇଥିଲା । ଷ୍ଟେଜ୍ ଉପରେ ପଥର ବର୍ଷା କରିଥିଲେ ଦୁର୍ବୃତ୍ତ। ବନ୍ଦ ହୋଇଥିଲା କନସର୍ଟ । ଏଥିରେ ୨୫ ଜଣ ଆହତ ହୋଇଛନ୍ତି । ଜିହାଦୀ ମାନଙ୍କର ଏହି କାଣ୍ଡ ବୋଲି କୁହାଯାଉଛି । ଏଭଳି ହିଂସାକୁ ବିରୋଧ କରିଛନ୍ତି ପ୍ରସିଦ୍ଧ ବାଂଲାଦେଶୀ ଲେଖିକା ତସଲିମା ନାସରିନ । ବଲିଉଡ ମୁଭିରେ ଭିଗି ଭିଗି ଓ ଅଲବିଦା ଭଳି ହିଟ୍ ଗୀତ ଗାଇଛନ୍ତି ଜେମ୍ସ ।
ଜେମ୍ସ ଜଣେ ବାଂଲାଦେଶୀ ଗାୟକ ଏବଂ ଗୀତିକାର । ସେ ଗିଟାର ମଧ୍ୟ ବଜାନ୍ତି ଏବଂ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି । ସେ ବାଂଲାଦେଶରେ ବହୁତ ଲୋକପ୍ରିୟ । ବାଂଲାଦେଶୀ ଲେଖିକା ତସଲିମା ନସରିନ ଇନଷ୍ଟାଗ୍ରାମରେ ଘଟଣାର ଏକ ଭିଡିଓ ସେୟାର କରି ଦେଶରେ ଗାୟକ ଏବଂ କଳାକାରଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି, “ସାଂସ୍କୃତିକ କେନ୍ଦ୍ର ଛାୟାନୌତ ପୋଡ଼ି ପାଉଁଶ ହୋଇଯାଇଛି ।

