ଆସନ୍ତାବର୍ଷ ୨୦୨୭ରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ନିର୍ବାଚନ କମିଶନ ଏଥିପାଇଁ ଆସନ୍ତାବର୍ଷ ଜାନୁଆରୀ ୧୫ ସୁଦ୍ଧା ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି। ଏହି ରାଜ୍ୟ ମଧ୍ୟରେ ରହିଛି ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ ।
ସୂଚନା ଅନୁସାରେ ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ଭାଗରେ ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ (ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ ନିର୍ବାଚନ କମିଶନର) ଏସବୁ ରାଜ୍ୟ ଗସ୍ତରେ ଯିବେ। ସେଠାରେ ପ୍ରସ୍ତୁତିର ସମୀକ୍ଷା କରି ଫେରିବା ପରେ ତାରିଖ ଘୋଷଣା କରିବେ। ଏହା ପୂର୍ବରୁ ଡିଇସି ସ୍ତରୀୟ ପରିଦର୍ଶନ ଜାରି ରହିଛି। ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁରରେ ଡିଇସି ସ୍ତରୀୟ ପରିଦର୍ଶନ ଶେଷ ହୋଇଛି। ଉତ୍ତରପ୍ରଦେଶରେ ଗୋଟିଏ ପର୍ଯ୍ୟାୟ ଡିଇସି ସ୍ତରୀୟ ପରିଦର୍ଶନ ଶେଷ ହୋଇଥିଲା ବେଳେ ଆଉ ଏକ ପର୍ଯ୍ୟାୟ ରହିଛି।

