ବନ୍ଧୁମିଳନରେ ବିଜୟଙ୍କ ପୁଅଙ୍କ ଏଣ୍ଟ୍ରି, କହିଲେ ନିର୍ବାଚନ ଲଢିବି

ପାଟକୁରା ନିର୍ବାଚନ ମଣ୍ଡଳୀର ତିକନପୁର ଠାରେ ହୋଇଥିବା ବନ୍ଧୁମିଳନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି। ବରିଷ୍ଠ ନେତା ବିଜୟ ମହାପାତ୍ର ଏଥିରେ ଯୋଗଦେଇଥିବାବେଳେ ସେ ଆଉ ନିର୍ବାଚନ ଲଢିବେ କି ନାହିଁ ସେନେଇ ଚାଲିଥିବା ଚର୍ଚ୍ଚା ଉପରେ କିଛିଟା ଅନ୍ତ ଘଟିଛି। କାରଣ ଏହି ସଭାରେ ତାଙ୍କ ସହ ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ସାମିଲ ଥିବାବେଳେ ସେ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି। ଏହାସହ ତିନି ମାସ ପରେ ଦଳ କଥା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରବିବାର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଯେଉଁଥିରେ ତାଙ୍କ ପୁଅ ଅରବିନ୍ଦ ମଧ୍ୟ ତାଙ୍କ ସହିତ ଥିଲେ। ତେବେ ବିଜୟ ମହାପାତ୍ର ଏବେ ବିଜେପିରେ ଥିବାବେଳେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ କିନ୍ତୁ ଦଳୀୟ ଚିହ୍ନ ନଥିଲା। କେବଳ ବିଜୟ ମହାପାତ୍ରଙ୍କ ଫଟୋ ରହିଥିଲା। ତେବେ ଏହି ଅବସରରେ ସେ ୨୦୨୩ରେ ସବୁ ପ୍ରତିକ୍ଷାର ଅନ୍ତ ଘଟିବ ବୋଲି କହିଥିଲେ। ଏହାସହ ରାଜନୀତିରେ ଆଜି ସେ ଯେତିକି ବାଟ ଆସିଛନ୍ତି ସେଥିରେ ପାଟକୁରାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଥିବା ସେ କହିଛନ୍ତି।
ସେହିପରି ତାଙ୍କ ପୁଅ ନିର୍ବାଚନରେ ଲଢିବା କଥା ସ୍ପଷ୍ଟ କରିଥିବାବେଳେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନାହିଁ। କାରଣ ବିଜୟ ବିଜେପିରେ ଥିବାବେଳେ ଏହି ବନ୍ଧୁମିଳନରେ ବିଜେପିର ଦଳୀୟ ଚିହ୍ନ ନଥିବା ସହ ତାଙ୍କ ପୁଅ ବିଜେଡି ଆଡକୁ ଢଳୁଥିବା ଚର୍ଚ୍ଚା ହେଉଥିବାରୁ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ନା ନିଜେ ସ୍ବାଧୀନରୁ ଲଢିବେ ତାହା ସ୍ପଷ୍ଟ ହୋଇନାହିଁ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!