୫ ମିନିଟ୍‌ରେ ସ୍ୱପ୍ନ ହୋଇଗଲା ଚୁରମାର୍

ଥିଲା ମାତ୍ର ୫ ମିନିଟ୍ ଆଉ କିଛି ଭାବିବା ଆଗରୁ ସ୍ୱପ୍ନ ହୋଇଗଲା ଚୁରମାର୍ । ବିମାନ ଜଳିବାବେଳେ ଆକାଶ ଧୁଆଁ ମୟ ହୋଇ ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ମିଶାଇ ପ୍ରାୟ ୭୨ଜଣଙ୍କ ଜୀବନ ଚାଲିଯାଇଛି ।କାଠମାଣ୍ଡୁରୁ ପୋଖରା ପହଁଚିବାକୁ ମାତ୍ର ୨୫ମିନିଟ୍ ସମୟ ଲାଗିଥାଏ ।

ବିମାନ ଉଡିବାର ୨୦ ମିିନିଟ ବି ଅତିକ୍ରମ କରିସାରିଥିଲା । ଆଉ ମାତ୍ର କିଛି ସମୟ ଭିତରେ ପୋଖରାରେ ଅବତରଣ କରିଥାନ୍ତା ।ଦୁର୍ଘଟଣାଗସ୍ତ ବିମାନରେ କୋ-ପାଇଲଟ ଥିବା ଅଞ୍ଜୁ ଖତିବାଡା ଏହି ବିମାନରେ କୋ ପାଇଲଟ ଭାବେ ତାଙ୍କ ଶେଷ ଉଡାଣ କରିଥିଲେ ।

ଯଦି ଅଞ୍ଜୁ ଠିକ୍ ଠାକ ଭାବେ ବିମାନକୁ ଲ୍ୟାଣ୍ଡିଂ କରିଥାନ୍ତେ ତେବେ ସେ ଜଣେ କ୍ୟାପଟେନ ଭାବେ ନିଯୁକ୍ତି ପାଇଥାନ୍ତେ । ଏହି କାରଣରୁ ସେ ବରିଷ୍ଠ ପାଇଲଟ ଓ ଟ୍ରେନର କମଲ କେସିଙ୍କ ସହ ଉଡାଣରେ ଯାଇଥିଲେ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!