୪୮ଘଣ୍ଟା ଭିତରେ ନିଲମ୍ବିତ ହେବେ ୬ବନ କର୍ମଚାରୀ

ଆଠଗଡ ବନ ବିଭାଗ ହେପାଜତରେ ଧନେଶ୍ୱରଙ୍କ ମୃତ୍ୟୁ ମାମଲା । ରେଞ୍ଜରଙ୍କୁ ଛାଡି ଅନ୍ୟ ଅଭିଯୁକ୍ତଙ୍କୁ ଡିଏଫଓ ନିଲମ୍ବିତ କରିବେ । ରେଞ୍ଜରଙ୍କୁ ନିଲମ୍ବନ ପାଇଁ ଡିଏଫଓ ସୁପାରିଶ କରିବେ ।

ଗିରଫ ହୋଇଥିବା ବନ ବିଭାଗର ୬ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଗିରଫର ୪୮ଘଣ୍ଟାରେ କର୍ମଚାରୀମାନେ ନିଲମ୍ବିତ ହେବେ । ଏ ନେଇ ପିସିସିଏଫ୍ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଅନ୍ୟ ୮ଜଣଙ୍କୁ ବ୍ୟକ୍ତିଗତ ମୁଚାଳିକାରେ ପୁଲିସ ଛାଡିଛି । ଆବଶ୍ୟକ ପଡିଲେ ଯେ କୌଣସି ସମୟରେ ସେମାନେ ପୁଲିସ ନିକଟରେ ହାଜର ହୋଇ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ ବୋଲି କୁହାଯାଇଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!