ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି ବିଦେଶକୁ ଉଡ଼ିବ ବିମାନ

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି ବିଦେଶକୁ ଉଡ଼ିବ ବିମାନ ମେ’ ୧୫ରୁ ଦୁବାଇକୁ ବିମାନ ଉଡ଼ିବା ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି ।

ଏହା ବ୍ୟତୀତ ଖୁବଶୀଘ୍ର ସିଙ୍ଗାପୁର ଓ ବ୍ୟାଙ୍କକକୁ ଇଣ୍ଡିଗୋ ଏୟାର ଲାଇନ୍ସ ବିମାନ ଚଳାଚଳ କରିବାକୁ ଅନୁମତି ଲୋଡିଛି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଉଭୟ ଦେଶକୁ ଭୁବନେଶ୍ବରରୁ ସିଧାସଳଖ ବିମାନ ଚଳାଚଳ ହୋଇପାରିବ । ଇଣ୍ଡିଗୋର ୩୨୧ ଓ ୩୨୦ ଏୟାର ବସ୍ ଯାହା ୧୮୦ରୁ ୨୦୦ ଯାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ, ସେହି ବିମାନ ଯୋଗେ ସେବା ଉପଲବ୍ଧ ହେବ ।

ସେହିଭଳି ଭୁବନେଶ୍ବର ବିମାନ ବନ୍ଦରରେ କାରଗୋ ଟର୍ମିନାଲ ନିକଟରେ ଥିବା ପୁରୁଣା ATC ବା ଏୟାର ଟ୍ରାଫିକ କଣ୍ଟ୍ରୋଲ ସେଣ୍ଟର ନୂତନ ସେଣ୍ଟରକୁ ସ୍ଥାନାନ୍ତର ହେବ।

ନୂତନ ATC ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଟେଷ୍ଟିଂ ପରେ ଏହା କାର୍ଯ୍ୟକ୍ଷମ ହେବ। ରାଜ୍ୟରେ RCS ଯୋଜନାରେ କଳାହାଣ୍ଡିର ଉତକେଲା ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇ ଭୁବନେଶ୍ବର ଓ ରାଞ୍ଚି ସହିତ ସଂଯୋଗ କରିବ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!