ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ । ଏକ ମାସ ମା’ ମହାଲକ୍ଷ୍ମୀ ବାପ ଘରକୁ ଯିବାର ବିଧି ପରମ୍ପରା ଥିବାରୁ ମାସେ ଯାଏଁ ମା ଯଶୋଦା ପହିଲି ଭୋଗରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସକାଳୁ ସକାଳୁ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି । ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ ତଥା ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଭଳି ଖାଦ୍ୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରି ଲାଗି କରାଯାଇଛି ।
Related Posts
NMACCରେ ବିଦେଶୀ କଳାକାରଙ୍କୁ ଅଭିଭୂତ କଲା ମାନସ ସାହୁଙ୍କ ବାଲୁକା ଆନିମେସନ୍
ନୀତା ମୁକେଶ ଅମ୍ବାନୀ କଲଚରାଲ କଲଚରାଲ ଉଦଘାଟନୀ ସମାରୋହରେ ଅନ୍ତର୍ଜାତୀୟ ବାଲୁକା କଳାକାର ତଥା ଆନିମେଟର ମାନସ କୁମାର ସାହୁ…
ମୋଦିଙ୍କ ବିଜେଡିର ‘ଏକ୍ସପାରୀ ଡେଟ୍’ ଘୋଷଣା; ନବୀନଙ୍କ ‘ଦିବାସ୍ୱପ୍ନ’ କଟାକ୍ଷ
ରାଜ୍ୟରେ ହାଇଭୋଲଟେଜ ପ୍ରଚାରର ଆରମ୍ଭ ପର୍ବରେ ଦୁଇ ତୁଙ୍ଗ ନେତାଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ଓ ଦମ୍ଭୋକ୍ତି ଏବେ ରାଜ୍ୟ…
ଆସନ୍ତା ୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ସମ୍ବଲପୁର ଗସ୍ତ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୮ତାରିଖରେ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ପଶ୍ଚିମଓଡ଼ିଶାର ଗଣପର୍ବ…

