ବିନା ଚାର୍ଜିଂରେ 50 ବର୍ଷ ଚାଲିବ ଫୋନ୍‌

() ବିନା ଚାର୍ଜିଂରେ ୫୦ ବର୍ଷ ଚାଲିବ ଫୋନ୍‌ । ବଜାରକୁ ଆସିବାକୁ ଯାଉଛି ଏମିତି ଏକ ବ୍ୟାଟେରୀ । ନୂଆ ଟେକ୍ନୋଲୋଜି ଦ୍ବାରା ବିକଶିତ ଏହି ବ୍ୟାଟେରୀ ୫୦ ବର୍ଷ ଯାଏ ବିନା ଚାର୍ଜରେ ବ୍ୟବହୃତ ହୋଇପାରିବ । ଚାଇନାରେ ଏକ ଷ୍ଟାର୍ଟ ଅପ ଏଭଳି ଗୋଟିଏ ନୂତନ ବ୍ୟାଟେରୀ ତିଆରି କରିଛି । ଏଥିରେ ବିଦ୍ୟୁତ୍‌ ଉତ୍ପାଦନର କ୍ଷମତା ରହିଥିବା ଦାବି କରିଛି ।

ବେଜିଂର ବେଟାଭୋଲ୍ଟ ଦ୍ବାରା ବିକଶିତ ପରମାଣୁ ବ୍ୟାଟେରୀ । ଏହି ବ୍ୟାଟେରୀ ମୁଦ୍ରାଠାରୁ ଛୋଟ । ଏହାକୁ ଫୋନ ଏବଂ ଡ୍ରୋନ ପରି ବ୍ୟବସାୟୀକ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ଏହା ବ୍ୟତୀତ ଏହି ନୂତନ ବ୍ୟାଟେରୀକୁ ନେଇ କମ୍ପାନୀ ଆହୁରି ଅନେକ ତଥ୍ୟ ଉପସ୍ଥାପନ କରିଛି ।

ଏହି ନୂତନ ବ୍ୟାଟେରୀ ଏକ ପତଳା ସ୍ତର ସଦୃଶ । ୩ ଭୋଲ୍ଟରେ ୧୦୦ ମାଇକ୍ରୋୱାଟ ଶକ୍ତି ଉତ୍ପାଦନ କରିବା କ୍ଷମତା ରଖିଛି । ୨୦୨୫ ସୁଦ୍ଧା ଏହାକୁ ୧ ୱାଟର ବିଦ୍ୟୁତ୍‌ ଉତ୍ପାଦନ କରାଇବାରେ ଲକ୍ଷ୍ୟ ରଖାଯାଇଛି ।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!