ବିମାନ ସଂଯୋଗୀକରଣରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା । ହାଇଦ୍ରାବାଦରେ ଅନୁଷ୍ଠିତ ଓ୍ବିଙ୍ଗସ ଇଣ୍ଡିଆ ୨୦୨୪ରେ ରାଜ୍ୟକୁ ଏହି ମାନ୍ୟତା ମିଳିଛି । ରାଜ୍ୟକୁ ରାଜ୍ୟ ବିମାନ ସେବା ଆରମ୍ଭ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇଛି । ଏଥିରେ ଦ୍ରୁତଗତିରେ ଗମନାଗମନର ସୁବିଧା ହେବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସକୁ ଜାତୀୟ ସ୍ତରରେ ଏହି ବଡ଼ ସ୍ବୀକୃତି ମିଳିଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁବାଇ, ବ୍ୟାଙ୍କକକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଥିଲା । ଏହାସହ ରାଜ୍ୟର ଉତକେଲା, ମାଲକାନିଗରି, ଜୟପୁର, ରଙ୍ଗେଇଲୁଣ୍ଡା, ଝାରସୁଗୁଡ଼ା ଓ ରାଉରକେଲାକୁ ବିମାନସେବା ଆରମ୍ଭ ହୋଇଛି ।
Related Posts
ହଷ୍ଟେଲ ଛାତରୁ ପଡ଼ି ମେଡିକାଲ ଛାତ୍ରଙ୍କ ମୃତ୍ୟୁ
ହଷ୍ଟେଲ ଛାତରୁ ପଡ଼ି ମେଡିକାଲ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି…
ଏହି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଠପ୍ ! ଆୟୁଷ ଡାକ୍ତରଙ୍କ ଅହୋରାତ୍ର ଧାରଣା
ବଲାଙ୍ଗୀରରେ ଆୟୁଷ ଡାକ୍ତରଙ୍କ ଅହୋରାତ୍ର ଧାରଣା । ୮ ଦଫା ଦାବି ନେଇ ଆନ୍ଦୋଳନକୁ ଜୋରଦାର କରିଛି ସଂଘ। ଆଗରୁ…
ଭାରତୀୟ କମ୍ପାନୀ ସେକ୍ରେଟାରି ପ୍ରତିଷ୍ଠାନର ଏକ ଦିନିକିଆ କର୍ମଶାଳା ଆୟୋଜିତ
ଓଡ଼ିଶା ରିଅଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ଓରେରା)ର ବିଭିନ୍ନ ପ୍ରକାର ଆଇନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କମ୍ପାନୀ ସେକ୍ରେଟାରିମାନେ ଗୁରୁତ୍ୱପୂର୍ଣ୍ଣ…

