ଦିଲ୍ଲୀ ରେ ରାଜନୈତିକ ହଲଚଲ

ଜୁନ୍ ୪ର ମହା ପରିବର୍ତ୍ତନ ପରେ ସମସ୍ତଙ୍କ ଅପେକ୍ଷା ଶପଥ ଗ୍ରହଣ ଉତ୍ସବ କୁ । ଏନେଇ ଆଜି ଏନଡିଏର ବୈଠକ ବସିବ । ନୂଆଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ଆନ୍ଧ୍ରପ୍ରଦେଶର ବିଜୟୀ ଦଳ ତେଲୁଗୁ ଦେସମ୍ ପାର୍ଟି ଏବଂ ବିଜେପିର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଜେଡିୟୁ ଯୋଗଦେବେ ବୋଲି ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ।

ବିଭିନ୍ନ ଜାତୀୟ ଗଣମାଧ୍ୟମ ରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଚନ୍ଦ୍ରବାବୁଙ୍କ ଟିଡିପି କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ମାଗିପାରନ୍ତି । ଲୋକସଭା ବାଚସ୍ପତି ପଦକୁ ବାଦ୍ ଦେଇ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯେପରିକି ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ ପରିବହନ, ଗ୍ରାମାଂଚଳ ବିକାଶ, କୃଷି କିମ୍ବା ସୂଚନା ଓ ପ୍ରସାରଣ ବିଭାଗକୁ ନିଜ ଅଧିନରେ ରଖିବାକୁ ଦାବି କରିପାରନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । କେନ୍ଦ୍ରର ମେଣ୍ଟ ସରକାରରେ ଆନ୍ଧ୍ରପ୍ରଦେଶ ରାଜନୀତିର ବଡ଼ ଚେହେରା ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଭୂମିକା ରହିବ । କାରଣ ଟିଡିପି ୧୬ଟି ଲୋକସଭା ଆସନରେ ବିଜୟୀ ହୋଇଛି ।

ଅନ୍ୟପଟେ ଇଣ୍ଡିଆ ମେଣ୍ଟର ବୈଠକ ମଧ୍ୟ ଆଜି ବସିପାରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଇଣ୍ଡିଆ ମେଣ୍ଟ ଯୋଗାଯୋଗ କରୁଥିବା କୁହାଯାଉଛି । ଏଥିରେ ଶରଦ ପାୱାର ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ଚର୍ଚ୍ଚା । ସେହିପରି ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଯୋଗାଯୋଗ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପ୍ରୟାସ କରୁଥିବା କୁହାଯାଉଛି । କିନ୍ତୁ ଅମିତ ଶାହ ଉଭୟ ସହଯୋଗୀଙ୍କ ସହ କଥା ହୋଇସାରିଛନ୍ତି । ଏବଂ ନୀତୀଶ ଓ ନାଇଡୁ ଏନଡିଏରେ ରହିବେ ଏବଂ ଆଜିର ବୈଠକରେ ଯୋଗଦେବେ ବୋଲି ଜଣାପଡିଛି ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!