ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବେ ପ୍ରତିହିଂସା ପରାୟଣ ହୋଇ ଉଠିଛନ୍ତି। ବିଜେଡି କ୍ଷମତାଚ୍ୟୁତ ହେବା ପରେ ସେହି ଅବୈଧ ନିର୍ମାଣକୁ ଗତ ପ୍ରାୟ ୧୫ ଦିନ ହେଲା ମନମୁଖି ଭାବେ ଭାଙ୍ଗିବାରେ ଲାଗିଛନ୍ତି ବବି।
ଭୁବନେଶ୍ୱରସ୍ଥିତ ବବିଙ୍କ ସରକାରୀ ଆବାସ ଭିତରେ ଥିଲା ବିଶାଳ ଆଲିଶାନ୍ ବଙ୍ଗଳା। ସେଠି ଥିଲା ତିନି ମହଳା କୋଠା, ଅଣ୍ଡର ଗ୍ରାଉଣ୍ଡ୍ ଘର, ସୁଇମିଂ ପୁଲ୍, ରୁଫ୍ ଟପ୍ କଟେଜ୍। ଆଉ ଏସବୁକୁ ଏବେ ଭାଙ୍ଗି ମାଟିରେ ମିଶା ଯାଉଛି। ଲୁଚି ଛପି କିଛି ବ୍ୟକ୍ତି ଏହି କ୍ୱାର୍ଟର୍ସ ଭିତରେ ହୋଇଥିବା ନିର୍ମାଣକୁ ଭାଙ୍ଗିବାରେ ଲାଗିଛନ୍ତି। ତେବେ କାହିଁକି ଓ କିଏ ଏହାକୁ ଭାଙ୍ଗୁଛି ସେଥିପାଇଁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।
କେଉଁ ଉଦ୍ଦେଶ୍ୟରେ ବବିଙ୍କ ସରକାରୀ ଘରେ ଏତେ ବଡ଼ ଆଲିଶାନ କୋଠା ନିର୍ମାଣ ହୋଇଥିଲା।
ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସରକାରୀ ଭାବେ ଖର୍ଚ୍ଚ ହୋଇଛି ମାତ୍ର ୯ ଲକ୍ଷ । ତେବେ କୋଟି କୋଟି ଟଙ୍କା କିଏ ଓ କେଉଁ ଉଦ୍ଦେଶ୍ୟରେ ନିର୍ମାଣ ପାଇଁ ଦେଲା କିଏ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

