ଜାଣନ୍ତୁ କାହିଁକି ଲେଡି ଠକ’କୁ ବାନ୍ଧିଲା ପୋଲିସ

ରାଜଧାନୀରୁ ହାଇ ପ୍ରୋଫାଇଲ୍ ‘ଲେଡି ଠକ’ ଗିରଫ। ରାଜଧାନୀ ଭୁବନେଶ୍ୱରରେ ଠକେଇର ପ୍ଲଟ୍ ତିଆରି କରୁଥିଲେ ଫେକ୍ ଦମ୍ପତି। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପୁଅ ଓ ବୋହୂର ପରିଚୟ ଦେଉଥିଲେ। ଆଉ ଅନ୍ୟ ବଡ଼ବଡ଼ିଆଙ୍କ ସହ ସମ୍ପର୍କ ଥିବା କହି ଲଗାଉଥିଲେ ଚୂନ। ଏପରି ଜଣେ ଲେଡି-420ଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ ।

ଭୁବନେଶ୍ବର ପଟିଆ ଅଞ୍ଚଳର ହଂସିତା ଅଭିଲିପ୍ସା ନାମକ ଜଣେ ମହିଳା ଓ ତାଙ୍କ ସହ ଅନୀଲ ମହାନ୍ତି ନାମକ ଜଣେ ଯୁବକଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ୍। ସେମାନଙ୍କ ତରିକା ଆଉ ଠକେଇର କାଇଦା ଶୁଣିଲେ ଆପଣଙ୍କର ହୋସ୍ ଉଡ଼ିଯିବ । ପୂର୍ବତନ ସିଏଜି, ମୁଖ୍ୟ ଶାସନ ସଚିବ ଏଭଳି କିଛି ବଡ଼ ବଡ଼ ଅଧିକାରୀଙ୍କ ସହ ଫେକ୍ ଫଟୋ ପ୍ରସ୍ତୁତ କରି ଏହାକୁ ଠକେଇ ପାଇଁ ବ୍ୟବହାର କରୁଥିଲେ। ବଡ଼ବଡ଼ିଆଙ୍କ ସହ ନିଜ ଫଟୋକୁ ଏଡିଟ୍ କରି ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ ।

ଅନୀଲ ଓ ହଂସିତା ସ୍ୱାମୀ ସ୍ତ୍ରୀର ପରିଚୟ ନେଇ ରହୁଥିଲେ। ମାତ୍ର ସେମାନେ ପ୍ରକୃତରେ ଦମ୍ପତି ନଥିଲେ। ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଠକିବା। କୋଟି କୋଟି ଟଙ୍କା ଲୁଟୁଥିଲେ। ନାମୀଦାମୀ ଗାଡ଼ି ଚଢି ବୁଲୁଥିଲେ। ଠକେଇ ଟଙ୍କାରେ କରୁଥିଲେ ମଉଜ। ଖଣି ବ୍ୟବସାୟୀ, ବିଲ୍ଡର୍ସଙ୍କୁ ବିଭିନ୍ନ କାମ କରାଇ ଦେବାକୁ କହି ଅନେକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ଆସିବା ପରେ ଖୋଳତାଡ କରିଥିଲା କମିଶନରେଟ୍ ପୋଲିସ ।

Post Views35 Total Count

Apply Now


This will close in 0 seconds

error: Content is protected !!